୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବାକୁ ୧୦ ହଜାର ଆଶାୟୀଙ୍କ ଲାଇନ୍ । ଟ୍ୱିଟ୍ କରି ସୂଚନା ଦେଲେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

463

କନକ ବ୍ୟୁରୋ: ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ଲମ୍ବା ଲାଇନ୍ । ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ୧୦ ହଜାରରୁ ଅଧିକ ଆବେଦନ ଏଯାବତ ହସ୍ତକ୍ଷେପ ହୋଇଥିବା ପ୍ରଣବ କହିଛନ୍ତି ।

ତେବେ ପ୍ରଣବ ପ୍ରକାଶ ତାଙ୍କ ସୋସିଆଲ ମିଡିଆରେ ଯେଉଁ ସୂଚନା ଦେଇଛନ୍ତି ସେଥିରେ ଉଲ୍ଲେଖ ରହିଛି ଯେ ଆବେଦନକାରୀଙ୍କ ମଧ୍ୟରେ ଜାତୀୟ ରାଜନୈତିକ ଦଳର ନେତା ଏବଂ ଅନେକ ପେଶାଦାର ବ୍ୟକ୍ତି ରହିଛନ୍ତି । ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ପଂଚାୟତ ନିର୍ବାଚନ ଭଳି ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡି ପୁଣିଥରେ ବିଜୟୀ ହେବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ସରକାର ଗଢିବେ ବୋଲି ପ୍ରଣବ ଦାବି କରିଛନ୍ତି । ୨୦୨୨ ପଂଚାୟତ ନିର୍ବାଚନରେ ୫୨ ପ୍ରତିଶତରୁ ଅଧିକ ଭୋଟ୍ ହାର ସାଂଗକୁ ୩୦ରୁ ୩୦ ଜିଲ୍ଲା ପରିଷଦରେ ଜିତିଥିଲା ବିଜୁ ଜନତା ଦଳ । ଏବଂ ରାଜ୍ୟରେ ବିଜେଡି ଏକ ନମ୍ବର ରାଜନୈତିକ ଦଳ ହୋଇଛି ବୋଲି ସେ କହିଛନ୍ତି । ନିକଟରେ ପିିସିସି ସଭାପତି ମଧ୍ୟ ପ୍ରଗମନ ଆପ୍ ଜରିଆରେ ଆଶାୟୀ ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ଆହ୍ୱାନ କରିଥିଲେ । ମାର୍ଚ ପ୍ରଥମ ସପ୍ତାହରେ ୭୦ ପ୍ରାର୍ଥୀଙ୍କ ପାଇଁ ତାଲିକା ପ୍ରକାଶ କରିବ ବୋଲି ରାଜ୍ୟ କଂଗ୍ରେସ ଆଶା ରଖିଛି । ଆଉ ଏବେ ବିଜେଡି ସାଂଗଠନିକ ସଂପାଦକ ଆଶାୟୀଙ୍କ ବାବଦରେ ସୂଚନା ଦେଇଛନ୍ତି ।