କରୋନା ନେଲା ଆଉ ୧୦ ଜୀବନ: ଖୋର୍ଦ୍ଧାରୁ ୪, ଗଞ୍ଜାମ, ବରଗଡ, କଟକ, ପୁରୀ, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ; ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୩୫୩ରେ ପହଞ୍ଚିଲା

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

173

କନକ ବ୍ୟୁରୋ: ଆଜି ରାଜ୍ୟରେ ୨୨ ଶହ ୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସଂଗରୋଧ କେନ୍ଦ୍ରରୁ ୧୩ ଶହ ୯୦ ଜଣ ଥିବା ବେଳେ ୮୫୪ ଜଣ ଲୋକାଲ କଂଟାକ୍ଟ ଅଛନ୍ତି । ମୋଟ  ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୨୯୪ରେ ପହଚିଂଛି । ସେହିପରି ୨୪ ଘଂଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪ ଜଣ,  ବରଗଡ, କଟକ, ଗଂଜାମ, ପୁରୀ, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଁଏ ଅଛନ୍ତି ।   ୨୨ ଶହ ୪୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗଂଜାମରୁ ୨୪୩, କନ୍ଧମାଳରୁ ୧୨୧, ରାୟଗଡାରୁ ୧୬୦, ସୁନ୍ଦରଗଡରୁ ୧୩୬, ଭଦ୍ରକରୁ ୧୦୪ ଓ ବାଲେଶ୍ୱରରୁ ୧୪୨ ଜଣ, କଟକରୁ ୧୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୫, ବରଗଡରୁ ୩୫, ବଲାଙ୍ଗୀରରୁ ୩୭, ବୌଦ୍ଧରୁ ୪୯, ଢେଙ୍କାନାଳରୁ ୧୮, ପୁରୀରୁ ୬୮ ଜଣ, ମାଲକାନଗିରିରୁ  ୯୧ ଜଣ, ମୟୁରଭଂଜରୁ ୯୧ ଜଣ, କଳାହାଂଡିରୁ  ୬୭ ଜଣ,ଗଜପତିରୁ ୬ ଜଣ, ସମ୍ବଲପୁରରୁ ୩୫ ଜଣ, କୋରାପୁଟରୁ ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାଏ ୪୨ ହଜାର  ୨୭୬ ଜଣ ସୁସ୍ଥ ହୋଇଥିବା ବେଳେ  ୧୯ ହଜାର ୬୧୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେପଟେ ରାଜ୍ୟରେ ଦୁଇ ଦିନରେ ଲକ୍ଷେରୁ ଅଧିକ କରୋନା ପରୀକ୍ଷା କରାଯାଇଛି ।