କନକ ବ୍ୟୁରୋ: କରୋନା ଯୋଗୁଁ ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ଗଂଜାମ ଜିଲ୍ଲାରୁ ୫ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡରୁ ୨, କଟକ, ନୟାଗଡ ଏବଂ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପଟେ, ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୯୪୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧, ବାଲେଶ୍ୱରରୁ ୮୮, ବରଗଡରୁ ୬୨, ଭଦ୍ରକରୁ ୬୬, ବଲାଙ୍ଗିରରୁ ୫୭, ବୌଦ୍ଧରୁ ୩, ଦେବଗଡରୁ ୨, ଢେଙ୍କାନଳରୁ ୧୩, ଜଗପତିରୁ ୩, ଜଗତସିଂହପୁରରୁ ୫୧, ଯାଜପୁରରୁ ୨୧୫, ଝାରସୁଗୁଡାରୁ ୨୦, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୩୪, କେନ୍ଦ୍ରାପଡାରରୁ ୫୬, କେନ୍ଦୁଝରରୁ ୩୦, କୋରାପୁଟରୁ ୧୮୧, ମାଲକାନଗିରିରୁ ୭୮, ମୟୂରଭଂଜରୁ ୧୫୬, ନବରଙ୍ଗପୁରରୁ ୨୬, ନୟାଗଡରୁ ୯୩, ନୂଆପଡାରୁ ୨, ପୁରୀରରୁ ୮୬, ରାୟଗଡାରୁ ୧୪୩, ସମ୍ବଲପୁରରୁ ୧୦୪ , ସୋନପୁରରୁ ୨୬ ଏବଂ ସୁନ୍ଦରଗଡରୁ ୮୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Follow Us