ସାରା ରାଜ୍ୟରେ ଏଣିକି ବଢିବ ତାପମାତ୍ରା ! ଜନତାଙ୍କୁ ଡରାଇବ ଖରା, ଆଜି ପୂର୍ବାହ୍ଣରେ କେତେକ ସ୍ଥାନରେ ହୋଇପାରେ ବର୍ଷା 

Advertisment
ଜଳୁଛି ସାରା ଓଡିଶା ! ଆକାଶରୁ ହେଉଛି ନିଆଁ ବର୍ଷା, ୪୦ ଡିଗ୍ରୀ ଉପରେ ୧୪ ସହରର ତାପମାତ୍ରା
କନକ ବ୍ୟୁରୋ : ଏଣିକି ବଢ଼ିବ ଦିନର ତାପମାତ୍ରା। ସାରା ରାଜ୍ୟରେ ଜାରି ହେବ ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଡେଇଁବ। ଆସନ୍ତା ସପ୍ତାହକ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ୪୦ ଡିଗ୍ରି ଟପିଯିବାର ଆଶଙ୍କା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୮ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ପୁରୀ ସମେତ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ସହ ପବନ ହୋଇପାରେ। କାଁ ଭାଁ ଝଡ଼ବର୍ଷାର ବି ସମ୍ଭାବନା ରହିଛି। ଏହାପରେ ଦିନର ତାପମାତ୍ରା ବଢ଼ିବ। ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହେବ।
publive-imageଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ସ୍ଥାନରେ ହାଲକା ବର୍ଷା ହୋଇଛି। ସେପଟେ ମାଲକାନଗିରି ଜିଲ୍ଲାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି। ଏଠାରେ ତାପମାତ୍ରା ୩୮ ଡିଗ୍ରି ରହିଥିଲା। କେନ୍ଦୁଝର, ବାଲେଶ୍ବର, ବାରିପଦା, ଚାନ୍ଦବାଲି ଓ ପାରାଦୀପ ସହର ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ଦିନର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe