କାଲିଠୁ ତାତିରୁ ମିଳିପାରେ ଆଶ୍ୱସ୍ତି । ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ କାଳବୈଶାଖୀ ନେଇ ପୂର୍ବାନୁମାନ କଲା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

କାଲିଠୁ ତାତିରୁ ମିଳିପାରେ ଆଶ୍ୱସ୍ତି

457

କନକ ବ୍ୟୁରୋ : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆସନ୍ତାକାଲିଠୁ କାଳବୈଶାଖୀ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାଳବୈଶାଖୀ ହେଲେ ତାତିରୁ ଟିକେ ଆଶ୍ୱାସ୍ତି ମିଳିବା ଆଶା କରାଯାଉଛି । ତେବେ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ତାତି ଅନୁଭୁତ ହେଉଛି । ୧୧ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତକାଲି ପଶ୍ଚିମ ଓଡିଶାର ତିନିଟି ସହରର ତାପମାତ୍ରା ୪୫ ଡିଗ୍ରୀ ଡେଇଁଛି । ସେହିପରି ରାଜ୍ୟର ୧୧ଟି ସହରରେ ପାରଦ ୪୧ ଡିଗ୍ରୀ ଉପରେ ରହିଛି ।

ଟିଟିଲାଗଡ, ସୋନପୁର ଓ ସମ୍ବଲପୁରରେ ପାରଦ ୪୫ ଡିଗ୍ରୀ ଉପରେ ଚଢିଛି । ତେବେ ବାତ୍ୟା ଫୋନିପରେ ଉପକୂଳ ଓଡିଶାରେ ମଧ୍ୟ ତାତି ଅଧିକ ରହିଛି । ପରିସ୍ଥିତି ଏପରି ହେଲାଣି ଯେ, ଦିନ ୧୧ଟା ପରେ ବାହାରକୁ ବାହାରିବା ମୁସ୍କିଲ ହୋଇଯାଉଛି । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତାକାଲିଠାରୁ ପାଗରେ ପରିବର୍ତନ ହେବ ।