୧୫ରୁ ପାଗରେ ଆସିବ ବଡ ପରିବର୍ତନ ! ବଢିବ ତାପମାତ୍ରା, ଗରମରେ ସିଝିବେ ଲୋକେ : ସେପଟେ ଏବେଠୁ ୩୫ ଡିଗ୍ରୀ ଛୁଇଁଲା ମାଲକାନଗିରିର ତାପମାତ୍ରା

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି । ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ତାତିରୁ ମିଳିବ ନାହିଁ ନିସ୍ତାର

କନକ ବ୍ୟୁରୋ : ଆସନ୍ତା ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ରାଜ୍ୟର ଅଳ୍ପ କିଛି ଜିଲ୍ଲା‌ରେ ଥଣ୍ଡା ପାଗ ରହିବ। ୧୫ ତାରିଖଠାରୁ ପାଗରେ ବଡ଼ଧରଣର ପରିବର୍ତନ ଆସିବ। ସବୁ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଦିନର ତାପମାତ୍ରା ୩୦ ଡିଗ୍ରି ଟପିବାକୁ ଥିବା ବେଳେ ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରକୁ ଚାଲିଯିବ। ‌ତେବେ ଫେବ୍ରୁଆରି ୧୫ରୁ ୧୭ ତାରିଖ ଯାଏ ଭୋର ସମୟରେ ଉପକୂଳ ଓଡ଼ିଶା ସମେତ କୋରାପୁଟ, ରାୟଗଡ଼ା, କନ୍ଧମାଳ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

publive-imageଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଅନୁଗୁଳରେ ୮ ଡିଗ୍ରି ଥିବା ବେଳେ ଫୁଲବାଣୀ ଓ ବୌଦ୍ଧରେ ୯, ଟିଟିଲାଗଡ଼ରେ ୯.୧, କେନ୍ଦୁଝରରେ ୯.୯ ଡିଗ୍ରି ଥିଲା। ଅନ୍ୟ ସବୁ ସହରରେ ସର୍ବନିମ୍ନ ପାରଦ ୧୦ ଡିଗ୍ରି ଉପରେ ଥିଲା। ତେ‌ବେ ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଛୁଇଁଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଏହା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe