ଜଳୁଛି ପଶ୍ଚିମଓଡିଶା ! ୪୮ ଛୁଇଁପାରେ ତାପମାତ୍ରା, ୨୮ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ

Advertisment
ଜଳୁଛି ପଶ୍ଚିମଓଡିଶା ! ୪୮ ଛୁଇଁପାରେ ତାପମାତ୍ରା, ୨୮ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ

କନକ ବ୍ୟୁରୋ : ତାତିରେ ଆଉଟୁପାଉଟୁ ହେଉଛି ସାରା ରାଜ୍ୟ। ତେବେ ପଶ୍ଚିମ ଓଡ଼ିଶା ଏବେ ତତଲା ତାୱାରେ ସିଝୁଛି। ପ୍ରଚଣ୍ଡ ଖରା ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୋନପୁର, ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ନାକେଦମ୍ କରିଦେଲାଣି। ଟିଟିଲାଗଡ଼ ଅବସ୍ଥା ନ କହିବା ଭଲ। ୭ ଦିନ ହେଲା ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିବାର ନାଁ ଧରୁନି। ପୁଣିଥରେ ୪୫ ଡିଗ୍ରି ପାର୍ ହୋଇଛି ତାପମାତ୍ରା। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫.୫ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ରାଜ୍ୟର ମୋଟ ୧୦ଟି ସହରର ପାରଦ  ୪୦ ଡିଗ୍ରି ଉପରେ ରହିଥିଲା।

publive-imageମେ’ ଶେଷ ଯାଏ ଏଭଳି ସ୍ଥିତି ଲାଗି ରହିବ। ପଶ୍ଚିମ ଓଡ଼ିଶାରେ ଆହୁରି ୨ରୁ ୩ଡିଗ୍ରି ବଢ଼ିବ। ୨୪ ଓ ୨୫ ବେଳକୁ ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରିରେ ପହଞ୍ଚିପାରେ। ଗୋଟିଏ ଦୁଇଟି ସ୍ଥାନରେ ୪୮ ଡିଗ୍ରି ଟପିବା ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇ ନପାରେ। ଉପକୂଳ ଓଡ଼ିଶାରେ ତାପମାତ୍ରା ଲଗାତାର ଭାବେ ବୃଦ୍ଧି ପାଇ ୨୫ ତାରିଖ ବେଳକୁ ୪୨ରୁ ୪୪ ଡିଗ୍ରି ହେବ। ଭୁବନେଶ୍ବର, ପୁରୀ, କଟକ ଭଳି କିଛି ସହରରେ ଝାଞ୍ଜି ପବନ ମାଡ଼ ହେବାର ବି ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍. ଆର୍ ବିଶ୍ବାସଙ୍କ କହିବାନୁଯାୟୀ, ଏଣିକି ତାପମାତ୍ରା ବଢ଼ିବ। ଦୁଇ ସପ୍ତାହ ପ୍ରଚଣ୍ଡ ତାତି ଅନୁଭୂତ ହେବ। ସ୍ବାଭାବିକ ତାପମାତ୍ରା ୩ ଡିଗ୍ରି ଅଧିକ ରହିବ। ଲୋକେ ତାତିରୁ ଦୂରେଇ ରୁହନ୍ତୁ। ସତର୍କତା ଅବଲମ୍ବନ କରନ୍ତୁ। ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ଶନିବାର ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe