କନକ ବ୍ୟୁରୋ : ତାତିରୁ ତ୍ରାହି ନାହିଁ। ସପ୍ତାହେ ହେଲା ପଶ୍ଚିମ ଓଡ଼ିଶା ତତଲା ପାଲଟିଛି। ଅଧିକାଂଶ ସହର ୪୦ ଡିଗ୍ରି ଉପରେ ରହୁଛି। ଟିଟିଲାଗଡ଼ ବି ତତଲାଗଡ଼ରେ ପରିଣତ ହୋଇଛି। ଏଠାରେ ତାପମାତ୍ରା ଲଗାତାର ଭାବେ ୪୪ ଡିଗ୍ରି ଉପରେ ରହୁଛି। ଏଥିସହ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହୋଇଥିଲା। ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ଥିଲା। ଉପକୂଳ ଓଡ଼ିଶାରେ ବି ତାପମାତ୍ରା ଏକରୁ ଦୁଇ ଡିଗ୍ରି ବଢ଼ିଛି। ଚାନ୍ଦବାଲି ତାପମାତ୍ରା ୩୯.୨ ଡିଗ୍ରିରେ ପହଞ୍ଚିଥିବା ବେଳେ କଟକରେ ୩୮.୬, ଭୁବନେଶ୍ବର ୩୭.୨ ଡିଗ୍ରିରେ ପହଞ୍ଚିଛି। ପୁରୀର ତାପମାତ୍ରା ବି ବୃଦ୍ଧି ପାଇ ୩୪ ଡିଗ୍ରି ଛୁଇଁଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ। ତେବେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୧୩ଟି ଜିଲ୍ଲାର କାଳବୈଶାଖୀ ଆଶଙ୍କା ରହୁଛି। ଫଳରେ ତାପମାତ୍ରା ସାମାନ୍ୟ କମିପାରେ।
/kanak/media/post_attachments/wp-content/uploads/2019/05/m13-f.jpg) ????????????????????????????????????
 ????????????????????????????????????ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ହେଉଛି ଯେ, ୧୭ ତାରିଖ ମଧ୍ୟରେ କୋରାପୁଟ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଧା, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି। ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ଲୋକେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ, ୫ ଦିନ ଯାଏ ସ୍ଥିତି ସ୍ବାଭାବିକ୍ ରହିବ। ତାପମାତ୍ରାରେ ବିଶେଷ ଫରକ ଦେଖିବାକୁ ମିଳିବ ନାହିଁ। ତେବେ ୧୮ ତାରିଖ ବେଳକୁ ସାମାନ୍ୟ ପରିବର୍ତନ ଆସିପାରେ। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ରେକର୍ଡ ଭାଙ୍ଗିବ। ଗୋଟିଏ ଦୁଇଟି ସ୍ଥାନରେ ୪୬ରୁ ୪୮ ଡିଗ୍ରି ଛୁଇଁପାରେ। ଉପକୂଳ ଓଡ଼ିଶାରେ ବି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଭୁବନେଶ୍ବର, କଟକ ସମେତ କେତେକ ସହରରେ ତାପମାତ୍ରା ୪୦ ଡିଗ୍ରି ଟପିପାରେ। ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/SUMMER-2.jpg)