ରାଜ୍ୟରେ ପୁଣି ବଢିଲା ତାପମାତ୍ରା ! ୪୦ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରଭାବ

Advertisment
ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି । ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ତାତିରୁ ମିଳିବ ନାହିଁ ନିସ୍ତାର
କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ବଢ଼ିଛି। ଗତ କିଛି ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ଡିଗ୍ରି ତଳେ ଥିବାବେଳେ ହଠାତ୍ ୫ଟି ସ୍ଥାନରେ ପାରଦ ୪୦ଡିଗ୍ରି ଟପିଯାଇଛି। ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୫ଡିଗ୍ରି ରେକର୍ଡ ହୋଇଛି। ପାଣିପାଗ ବିଭାଗ କହୁଛି ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏପରିକି ପାରଦ ୨ରୁ ୩ଡିଗ୍ରି ବଢ଼ିବ। ଯେଉଁଠି ପାରଦ ୩୭ରୁ ୩୮ଡିଗ୍ରି ପାଖାପାଖି ଅଛି ସେଠାରେ ୪୦ ଡିଗ୍ରି ଟପିବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୩ରୁ ୪୫ଡିଗ୍ରି ପାଖାପାଖି ରହିବ।

summer image courtesy-http://indianexpress.com

ଅପରପକ୍ଷେ ପାଣିପାଗ ବିଭାଗ କହୁଛି କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଏବଂ ଭାରତ ମହାସାଗର ଉପରେ ଏକ ଲଘୁଚାପ ଦାନା ବାନ୍ଧୁଛି। ଯାହା ଗୁରୁବାର ଲଘୁଚାପର ରୂପ ନେବ। ଏହା ୩୬ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇ ଉତ୍ତର ପଶ୍ଚିମ ଦିଗରେ ତାମିଲନାଡ଼ୁ ଉପକୂଳ ଏବଂ ଶ୍ରୀଲଙ୍କାର ପୂର୍ବଦିଗରେ ଗତି କରିବ। ଏହା ପ୍ରଭାବରେ ତାମିଲନାଡ଼ୁ ସମେତ ଦକ୍ଷିଣ ଭାରତର କେତେକ ସ୍ଥାନରେ ବର୍ଷା ହୋଇପାରେ। କିନ୍ତୁ ଓଡ଼ିଶା ଉପରେ ଏବେ ଏହାର କିଛି ପ୍ରଭାବ ପଡ଼ିବନି। କିନ୍ତୁ ୨୫ରୁ ୨୮ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗର ଏବଂ ଭାରତ ମହାସାଗରରେ ଜୋରରେ ପବନ ବହିବ। ୨୮ ତାରିଖବେଳକୁ ଏହା ଘଣ୍ଟା ପ୍ରତି ୮୫ରୁ ୯୦କିମି ବେଗରେ ପବନ ବହିବ। ତେଣୁ ୨୬ରୁ ୨୮ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ପାଣିପାଗ ଏହାସହ ପୂର୍ବାନୁମାନ କରିଛି ଯେ, ଦିନବେଳା ଟାଣ ଖରା ହେଲେ ବି ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷାପବନ ହେବାର ସମ୍ଭାବନା କମ୍। ୨୫ତାରିଖକୁ ଛାଡ଼ିଦେଲେ ଆସନ୍ତା ୨୯ତାରିଖ

ପର୍ଯ୍ୟନ୍ତ ବର୍ଷା ପବନ ହେବାର ସମ୍ଭାବନା ନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe