ଫେବୃଆରୀ ତୃତୀୟ ସପ୍ତାହରୁ ବଢୁଛି ତାତି । ମାଲକାନଗିରି ତାପମାତ୍ରା ଛୁଇଁଲା ୩୫ ଡିଗ୍ରୀ : ସକାଳୁ ସକାଳୁ ଅସହ୍ୟ ହେଲାଣି ଖରା

ଫେବୃଆରୀ ତୃତୀୟ ସପ୍ତାହରୁ ବଢୁଛି ତାତି । ମାଲକାନଗିରି ତାପମାତ୍ରା ଛୁଇଁଲା ୩୫ ଡିଗ୍ରୀ : ସକାଳୁ ସକାଳୁ ଅସହ୍ୟ ହେଲାଣି ଖରା

କନକ ବ୍ୟୁରୋ : ବିଭିନ୍ନ ସ୍ଥାନରେ ଫେବୃଆରୀ ତୃତୀୟ ସପ୍ତାହରୁ ହିଁ ବଢିଲାଣି ତାତି । ବଢିବାରେ ଲାଗିଛି ତାପମାତ୍ରା । ମାଲକାନଗିରିରେ ତାପମାତ୍ରା ୩୫ ଡିଗ୍ରୀ ଛୁଇଁଛି । ଦିନରେ ଭୀଷଣ ଖରା ହେଉଛି । ଆଜି ସକାଳେ ବି ମାଲକାନଗିରିରେ ପ୍ରବଳ ଖରା ଅନୁଭୂତ ହୋଇଛି । କେବଳ ମାଲକାନଗିରି ନୁହେଁ ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ କରିଛି ।

ଏଣିକି ପ୍ରତିଦିନ ତାପମାତ୍ରା ୧ରୁ ୨ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷକରି ଦିନର ତାପମାତ୍ରା ବଢିବ । ଅଧିକାଂଶ ସ୍ଥାନରେ ଦକ୍ଷିଣ ଓ କିଛି ସ୍ଥାନରେ ଦକ୍ଷିଣପୂର୍ବ ପବନ ପ୍ରବାହିତ ହେବ । ତେଣୁ ଦିନର ତାପମାତ୍ରା ବଢିବ । ୧୮ ତାରିଖ ପରେ ତାପମାତ୍ରା ଲଗାତାର ବୃଦ୍ଧି ପାଇବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe