କନକ ବ୍ୟୁରୋ : ବିଭିନ୍ନ ସ୍ଥାନରେ ଫେବୃଆରୀ ତୃତୀୟ ସପ୍ତାହରୁ ହିଁ ବଢିଲାଣି ତାତି । ବଢିବାରେ ଲାଗିଛି ତାପମାତ୍ରା । ମାଲକାନଗିରିରେ ତାପମାତ୍ରା ୩୫ ଡିଗ୍ରୀ ଛୁଇଁଛି । ଦିନରେ ଭୀଷଣ ଖରା ହେଉଛି । ଆଜି ସକାଳେ ବି ମାଲକାନଗିରିରେ ପ୍ରବଳ ଖରା ଅନୁଭୂତ ହୋଇଛି । କେବଳ ମାଲକାନଗିରି ନୁହେଁ ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ କରିଛି ।
ଏଣିକି ପ୍ରତିଦିନ ତାପମାତ୍ରା ୧ରୁ ୨ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷକରି ଦିନର ତାପମାତ୍ରା ବଢିବ । ଅଧିକାଂଶ ସ୍ଥାନରେ ଦକ୍ଷିଣ ଓ କିଛି ସ୍ଥାନରେ ଦକ୍ଷିଣପୂର୍ବ ପବନ ପ୍ରବାହିତ ହେବ । ତେଣୁ ଦିନର ତାପମାତ୍ରା ବଢିବ । ୧୮ ତାରିଖ ପରେ ତାପମାତ୍ରା ଲଗାତାର ବୃଦ୍ଧି ପାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/30-2.jpg)