୧୭ରୁ ୨୦ ସାଂଘାତିକ ହୋଇପାରେ ପାଣିପାଗ ସ୍ଥିତି, ୪୫ ଡିଗ୍ରୀ ଡେଇଁବ ପାରଦ । ସତର୍କ କଲେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ।

Advertisment
୧୭ରୁ ୨୦ ସାଂଘାତିକ ହୋଇପାରେ ପାଣିପାଗ ସ୍ଥିତି, ୪୫ ଡିଗ୍ରୀ ଡେଇଁବ ପାରଦ । ସତର୍କ କଲେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ।

କନକ ବ୍ୟୁରୋ : ସରଗଗମ ନିର୍ବାଚନ ମାହୋଲ ଭିତରେ ବଢିବ ତାତି । ପ୍ରଚାର ମଇଦାନକୁ ଓହ୍ଲାଇଥିବା ନେତାଙ୍କୁ କଲବଲ କରିବ ତାତି । ଆଗାମୀ ଦିନରେ ପାରଦ ଉପରମୁହାଁ ହୋଇପାରେ । ତାତି ବଢିଲେ ଦିନରେ ପ୍ରଚାର କରିବା କଷ୍ଟକର ହୋଇପାରେ ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ ଆସନ୍ତା ୧୭ରୁ ୨୦ ତାରିଖ ମଧ୍ୟରେ ପାଣିପାଗ ସ୍ଥିତି ସାଙ୍ଘାତିକ ହୋଇପାରେ । ପାରଦ ୧୫ ଡିଗ୍ରୀ ଉପରକୁ ଉଠି ଦିନର ତାପମାତ୍ରା ପ୍ରାୟ ୪୩ ଡିଗ୍ରୀରୁ ୪୫ ଡିଗ୍ରୀ ଛୁଇଁପାରେ । ତାତି ବଢିବା ଶରୀର ପାଇଁ ଘାତକ ହୋଇପାରେ । ତେଣୁ ସତର୍କ କରାଇଛନ୍ତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ।

publive-image

୧୪ ତାରିଖରୁ ଖରା ବଢିବାକୁ ଥିବା ବେଳେ ୧୫ ଓ ୧୬ ତାରିଖ ପାଇଁ ହିଟ ୱେଭ୍ ସର୍ତକତା ଜାରି କରାଯାଇଛି । ୧୫ ତାରିଖରେ ୬ଟି ଜିଲ୍ଲାରେ ପ୍ରବଳ ଖରା ଅନୁଭୂତ ହୋଇପାରେ । ସେହିଭଳି ୧୬ ତାରିଖ ପାଇଁ ୧୩ଟି ଜିଲ୍ଲାରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe