କନକ ବ୍ୟୁରୋ : ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇଛି। ଶନିବାର ତୁଳନାରେ ଗତକାଲି ସବୁଠି ପାରଦ ଉପରକୁ ଚଢ଼ିଛି। ୦.୨ଡିଗ୍ରିରୁ ୧ଡିଗ୍ରି ପର୍ଯ୍ୟନ୍ତ ତାତି ବଢ଼ିଛି। ଆସନ୍ତା ଦୁଇ ଦିନ ସ୍ଥିତି ସାଂଘାତିକ ହେବାକୁ ଯାଉଛି। ରାଜ୍ୟରେ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ତାତି ବଢ଼ିପାରେ। କେତେକ ସ୍ଥାନରେ ପାରଦ ୪୦ଡିଗ୍ରି ଅତିକ୍ରମ କରିଯିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା ରବିବାରଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯିବ। ୫ଦିନ ପର୍ଯ୍ୟନ୍ତ ଅସହ୍ୟ ଗରମ ହେବ।
ଅଧିକାଂଶ ସ୍ଥାନରେ ପ୍ରାୟ ୧ଡିଗ୍ରି ପାରଦ ବଢ଼ିବା ପରେ ଲୋକ ଖରାରେ ପୂରା ଅସ୍ତବ୍ୟସ୍ତ ହୋଇ ଯାଇଛନ୍ତି। ଆସନ୍ତା ଦୁଇ ଦିନ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ତାତି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବାରୁ ସ୍ଥିତି ସାଂଘାତିକ ହେବାର ସମ୍ଭାବନା ଦେଖାଦେଲାଣି। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ମାଲକାନଗିରିରେ ଗତ କିଛି ଦିନ ଭଳି ପାରଦ ୪୦ଡିଗ୍ରିରେ ରହିଛି। ଏଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରରେ ପାରଦ ୩୮.୭ଡିଗ୍ରି ଛୁଇଁଛି।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/vlcsnap-2018-03-10-17h57m23s760.png)