ଦେଶରେ ଦିନକୁ ବଢିବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ: ମେ’ ୨ ଯାଏଁ ନାହିଁ ନିସ୍ତାର, ୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା

291

କନକ ବ୍ୟୁରୋ: ଦେଶରେ ତାପମାଚ୍ରା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଚଣ୍ଡ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗର ଭବିଷ୍ୟବାଣୀ ଲୋକଙ୍କ ଚିନ୍ତା ବଢାଇଦେଉଛି । ଉତର ଭାରତରେ ତାପମାତ୍ରା ୫୦ ଡିଗ୍ରୀ ପାର କରିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ସେପଟେ କେନ୍ଦ୍ର ଓ ଉତର ପଶ୍ଚିମ ଭାରତରେ ତାପମାତ୍ରା ୧୨୨ ବର୍ଷର ରେକର୍ଡ ଭାଙ୍ଗିଥିବା କହିଛି ପାଣିପାଗ ବିଭାଗ । ବଢୁଥିବା ତାପମାତ୍ରାକୁ ଦେଖି ଚିନ୍ତାରେ ସାଧାରଣ ଲୋକ ।

ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ସାରା ଦେଶ । ପ୍ରବଳ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଗତ କିଛି ଦିନ ହେବ ଦେଶର ଅନେକ ରାଜ୍ୟରେ ତାପମାତ୍ରା ଲଗାତାର ଭାବରେ ବଢିବାରେ ଲାଗିଛି । ଉତରପ୍ରଦେଶ, ଦିଲ୍ଲୀ, ବିହାର, ହରିଆଣା, ରାଜସ୍ଥାନ, ଓଡିଶା ସମେତ ବିଭିନ୍ନ ରାଜ୍ୟରେ ପାରଦ ଏବେ ୪୫ ଡିଗ୍ରୀରୁ ଅଧିକ ରହୁଛି । ଏହାରି ଭିତରେ ଏକ ଭାରତୀୟ ପାଣିପାଗ ବିଭାଗର ଏକ ସୁଚନା ସାଧାରଣ ଲୋକଙ୍କ ଚିନ୍ତା ବଢାଇଦେଇଛି । ଉତର ଭାରତରେ ସର୍ବୋଚ୍ଚ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ପାର କରିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିପରି ଆସନ୍ତା ମେ ୨ ତାରିଖ ଯାଏଁ ତାତିରି ନିସ୍ତାର ନଥିବା ପାଣିପାଗ ବିଭାଗ କହିଛି ।

କେନ୍ଦ୍ର ଓ ଉତର ପଶ୍ଚିମ ଭାରତରେ ଗତ ୧୨୨ ବର୍ଷରେ ସର୍ବନିମ୍ନ ତାପମାତ୍ରା ୩୫. ୯୦ ଡିଗ୍ରୀ ଓ ସର୍ବୋଚ୍ଚ ତାପମାତ୍ରା ୩୭.୭୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । କିନ୍ତୁ ଚଳିତ ବର୍ଷ ଏପ୍ରିଲ ମାସରେ ହେଇଥିବା ଗରମ ୧୨୨ ବର୍ଷର ରେକର୍ଡ ଭାଙ୍ଗିଥିବା ଭାରତୀୟ ପାଣିପାଗ ବିଭାଗ କହିଛି । ଶନିବାର ରାଜଧାନୀ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଉପରେ ରହିଛି । ସେପଟେ ରାଜସ୍ଥାନ, ମଧ୍ୟପ୍ରଦେଶ, ଉତରପ୍ରଦେଶ, ହରିଆଣା ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିିଳିଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ଉତର ପଶ୍ଚିମ ଭାରତ ବିଭିନ୍ନ ରାଜ୍ୟରେ ତାପାମାତ୍ରା ଆହୁରି ୨ ଡିଗ୍ରୀ ବୃଦ୍ଧି ହେବା ସମ୍ଭାବନା ଥିବା କହିଛି କେନ୍ଦ୍ର ପାଣିପାଗ ବିଭାଗ । ସେପଟେ ପ୍ରବଳ ଗରମ ସାଙ୍ଗକୁ ବିଜୁଳି କାଟ ଲୋକଙ୍କ ସମସ୍ୟା ବଢେଇଦେଇଛିା