ତାରାତାରିଣୀ ଯାତ୍ରାକୁ ନେଇ ପ୍ରଶାସନର ବଡ ନିଷ୍ପତି: ପ୍ରସିଦ୍ଧ ଦଣ୍ଡ ଯାତ୍ରା ଉପରେ ଜାରି ହେଲା କଟକଣା, ମୁଣ୍ଡନ ବନ୍ଦ; ଜିଲ୍ଲା ଓ ରାଜ୍ୟ ବାହାରରୁ ପର୍ଯ୍ୟଟକ ନ ଆସିବା ପାଇଁ ଗଂଜାମ ଜିଲ୍ଲାପାଳଙ୍କ ଅନୁରୋଧ

1,627

କନକ ବ୍ୟୁରୋ: ଗଂଜାମର ପ୍ରସିଦ୍ଧ ତାରାତାରିଣୀ ଯାତ୍ରା ଉପରେ ମଧ୍ୟ କରୋନାର ବଡ ଧରଣର ପ୍ରଭାବ ଦେଖିବାକୁ ମିଳିଛି । ତାରାତାରିଣୀ ଯାତ୍ରାକୁ ନେଇ ପ୍ରଶାସନର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚକୁ ନେଇ କଟକଣା ଜାରି କରିଛି ପ୍ରଶାସନ । ସେହିପରି ତାରାତାରିଣୀ ଯାତ୍ରାରେ ଶିଶୁଙ୍କ ମୁଣ୍ଡନକୁ ବନ୍ଦ କରାଯାଇଛି ।

ରାଜ୍ୟ ଓ ଜିଲ୍ଲା ବାହାରୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ନ ଆସିବା ପାଇଁ ଅନୁରୋଧ କରିଛନ୍ତି ଗଂଜାମ ଜିଲ୍ଲାପାଳ । ଏପଟେ ତାରାତାରିଣୀ ଚୈତ୍ର ଯାତ୍ରାରେ ସ୍ଥାନୀୟ ଲୋକେ ହିଁ ମାଆଙ୍କ ପୂଜା କରିପାରିବେ ବୋଲି ସୂଚନା ଦିଆଯାଇଛି । ସେହିପରି ମାଆଙ୍କ ଯାତ୍ରା ସମୟରେ ହେଉଥିବା ନାଚ ଗୀତକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସୂଚନାଯୋଗ୍ୟ, ଗଞ୍ଜାମର ପ୍ରସିଦ୍ଧ ମା’ ତାରାତାରିଣୀ ମଙ୍ଗଳବାର ଚୈତ୍ର ଯାତ୍ରାର ତୃତୀୟ ମଙ୍ଗଳବାର ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ଏବଂ ହଜାର ହଜାର ଭକ୍ତ ମାନସିକ ପୂରଣ ଯୋଗୁ ଏଠାରେ ମୁଣ୍ଡନ କରିଥାନ୍ତି।

ଏପଟେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କରୋନାର ମୁକାବିଲା ପାଇଁ ଅଂଟା ଭିଡିଛି ଜିଲ୍ଲା ପ୍ରଶାସନ । ବିଶେଷ କରି ସଚେତନତା ଓ ସତର୍କତା ଉପରେ ଜୋର ଦେଇଛି ପ୍ରଶାସନ । ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କ ଆରାଧନା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ତେଣୁ ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବାହାରେ ସାନିଟାଇଜର ରଖାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ସେହିପରି ମାର୍ଚ୍ଚ ୩୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଧଉଳି ଶାନ୍ତିସ୍ତୁପକୁ ବନ୍ଦ ଘୋଷଣା କରାଯାଇଛି ।