ଚିନ୍ତା ବଢାଇଲା ବ୍ରିଟେନ ଷ୍ଟ୍ରେନ : ବ୍ରିଟେନରୁ ଭାରତକୁ ଜାନୁଆରୀ ୭ ଯାଏଁ ବିମାନସେବା ବାତିଲ

ବର୍ତମାନ ସୁଦ୍ଧା ଭାରତ ଆସିଥିବା ୨୦ ଜଣ ଲଣ୍ଡନ ଫେରନ୍ତାଙ୍କ ଦେହରେ ଦେଖାଗଲା ଲକ୍ଷଣ

185

କନକ ବ୍ୟୁରୋ : ବ୍ରିଟେନକୁ ବିମାନ ଉଡ଼ାନ ଉପରେ ଲାଗିଲା କଟକଣା । ୟୁକେରୁ ଯାତାୟତ କରୁଥିବା ବିମାନ ଉଡ଼ାଣ ଉପରେ ଲାଗିଲା ରୋକ । ଜାନୁଆରୀ ୭ ଯାଏଁ ବ୍ରିଟେନକୁ ବିମାନ ଯାତ୍ରା ମନା । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି । ବ୍ରିଟେନରେ ନୂଆ ଷ୍ଟ୍ରେନ କରୋନାକୁ ନେଇ ଏହି କଟକଣା ଜାରି କରାଯାଇଛି ।

ଭାରତରେ ବି ଧିରେ ଧିରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ବ୍ରିଟେନରୁ ଭାରତ ଆସିଥିବା ୨୦ ଜଣ ବର୍ତମାନ ସୁଦ୍ଧା ଏହି ନୂଆ ଷ୍ଟ୍ରେନର ଶୀକାର ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ବର୍ତମାନ ନୂଆ ଷ୍ଟ୍ରେନରେ ୨୦ ଜଣ ସଂକ୍ରମିତ ହୋଇଛନ୍ତି । ବର୍ତମାନ ଏହି ଷ୍ଟ୍ରେନ ଭାରତ ସମେତ ସ୍ପେନ, ସ୍ୱିଡେନ, ସ୍ୱିଜରଲାଣ୍ଡ ଭଳି ୧୪ଟି ଦେଶରେ ମିଳିଲାଣି । ବ୍ରିଟେନରୁ ଫେରିଥିବା ସମସ୍ତଙ୍କ ସ୍ୱାସ୍ଥ୍ୟକୁ ଯାଂଚ କରାଯାଉଛି ।

ଉତରପ୍ରଦେଶ ମୀରଠରେ ୨ ବର୍ଷିୟା ନାବାଳିକା ଦେହରେ କରୋନା ନୂଆ ଷ୍ଟ୍ରେନ ମିଳିଛି । ଏହି ପରିବାର ନିକଟରେ ବ୍ରିଟେନରୁ ଫେରିଥିଲେ । ବାପା-ମା ଓ ଝିଅ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ୨ ବର୍ଷିୟା ନାବାଳିତା ଦେହରେ କରୋନାର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି । ଗତ ଏକ ମାସ ମଧ୍ୟରେ ବ୍ରିଟେନରୁ ପ୍ରାୟ ୩୦ ହଜାରରୁ ଅଧିକ ଲୋକ ଭାରତ ଆସିଛନ୍ତି ।