କନକ ବ୍ୟୁରୋ : ସରକାରଙ୍କ ଅଜବ ନିଯୁକ୍ତି । ସହରାଞ୍ଚଳ ଦାୟିତ୍ୱରେ ରହିବେ ଅସ୍ଥାୟୀ ଅଧିକାରୀ । ସମସ୍ତ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାରେ ପ୍ରକଳ୍ପ ନିର୍ଦ୍ଦେଶକ ନିଯୁକ୍ତ ହେବେ । ଅବସରପ୍ରାପ୍ତ ଓଏଏସ୍, ଓଏଫଏସ୍, ଓପିଏସ୍, ଓଆରଏସ୍, ଜିଲ୍ଲା ପରିସଂଖ୍ୟାନ ଅଧିକାରୀ, ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯିବ । ଏହି ନିଯୁକ୍ତି ସମ୍ପୂର୍ଣ୍ଣ ଠିକା ବୋଲି ରାଜ୍ୟ ସରକାର କହିଥିବା ବେଳେ ସେମାନଙ୍କୁ ୧ ବର୍ଷ ପାଇଁ ନିଯୁକ୍ତି ଦିଆଯିବ ।

Advertisment

ଏଥିପାଇଁ ସେମାନଙ୍କୁ ମାସିକ ୭୫ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ଅବସରପ୍ରାପ୍ତ କର୍ମଚାରୀମାନେ ପୌରସଂସ୍ଥା ଗୁଡ଼ିକର ନିରୀକ୍ଷଣ କାମ ବୁଝିବେ । ବୁଧବାର ଏନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ ସହିତ କାର୍ଯ୍ୟ ପରିଚାଳନା ପାଇଁ ଶକ୍ତିଶାଳୀ ପ୍ରକଳ୍ପ ପରିଚାଳନା ୟୁନିଟ୍ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ପକ୍ଷରୁ ରାଜ୍ୟରେ ଖାଲି ଥିବା ସ୍ଥାନରେ ଏମାନଙ୍କୁ ନିଯୁକ୍ତି ଦିଆଯିବ ।