ଜନସନ ଆଣ୍ଡ ଜନସନ ଟିକା ଉପରେ ସାମୟିକ ପ୍ରତିବନ୍ଧକ ଲଗାଇଲା ଆମେରିକା । ଟିକା ନେବା ପରେ ଆସୁଛି ରକ୍ତ ଜମାଟ ବାନ୍ଧୁଥିବା ଭଳି ଅଭିଯୋଗ

1,196

କନକ ବ୍ୟୁରୋ : ଆମେରିକାର ନିୟାମକ ସଂସ୍ଥା ଜନସନ ଆଣ୍ଡ ଜନସନ କରୋନା ଟିକା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଟିକା ନେଉଥିବା ଲୋକଙ୍କ ଦେହରେ ରକ୍ତ ଜମାଟ ବାନ୍ଧିବା ଭଳି ଅଭିଯୋଗ ଆସିବା ପରେ ଏହି ଟିକା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆମେରିକାର ଫୁଡ ଆଣ୍ଡ ଆଡମିଷ୍ଟ୍ରେସନ ଦ୍ୱାରା ଏନେଇ ଏକ ଟ୍ୱିଟ୍ କରାଯାଇଛି । ଯେଉଁଥିରେ କୁହାଯାଇଛି କି ଆଜି ଠାରୁ ଏଫଡିଏ ଓ ସିଡିସି ଗଭରମେଣ୍ଟ ର ସୂଚନା ମୁତାବକ ଜନସନ ଆଣ୍ଡ ଜନସନର କୋଭିଡ-୧୯ ଭ୍ୟାକ୍ସିନ ର ବ୍ୟବହାର ଉପରେ ସାମୟିକ ପ୍ରତିବନ୍ଧକ ଲଗାଗଲା ।

କହିରଖୁ କି ଏହାପୂର୍ବରୁ ରକ୍ତ ଜମାଟ ବାନ୍ଧିବା ଭଳି ମାମଲାରେ କିଛି ୟୁରୋପୀୟ ଦେଶ ଏଷ୍ଟ୍ରାଜେନିକା କୋଭିଡ ଟିକା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଥିଲେ । ଏହି ଦେଶମାନଙ୍କ ମଧ୍ୟରେ ଜର୍ମାନୀ, ଇଟାଲି, ଫ୍ରାଂସ, ଭଳି ଦେଶ ଥିଲେ । କେବଳ ୟୁରୋପୀୟ ଦେଶମାନେ ନୁହେଁ , ଏସିଆ ମହାଦେଶର ଇଣ୍ଡୋନେସିଆ ବି ଏହି ଟିକା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସୂଚନା ଥାଉକି ବିଶ୍ୱରେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା କୋଭିଡ ଟିକା ମଧ୍ୟରେ ଏଷ୍ଟ୍ରାଜେନିକା ସବୁଠାରୁ ଶସ୍ତା ଟିକା ।