ପଲିଥିନ ମୁକ୍ତ ହେବ ଶ୍ରୀମନ୍ଦିର: ନୂଆ ବର୍ଷରୁ କଡ଼ାକଡ଼ି ହେବ ନିୟମ

114

କନକ ବ୍ୟୁରୋ: ଆସନ୍ତା ନୂଆବର୍ଷରୁ ଶ୍ରୀମନ୍ଦିରରେ ଡ୍ରେସକୋଡ୍ ଲାଗୁ ହେବା ସହ ପାନଗୁଟୁକା ଉପରେ ଲାଗିବ କଟକଣା । ଏଥିସହିତ ଶ୍ରୀମନ୍ଦିରକୁ ପଲିଥିନ ମୁକ୍ତ କରିବାକୁ ମଧ୍ୟ ନିସ୍ପତି ନିଆଯାଇଛି । ପ୍ରସାଦ ହେଉ କି ଫୁଲ ହେଉ ପଲିଥିନରେ ମନ୍ଦିରକୁ ଯାଇପାରିବ ନାହିଁ । ଭୋଗ ଏବଂ ଫୁଲ ମନ୍ଦିରକୁ ନେବା ପାଇଁ ଫୁଲଚାଙ୍ଗୁଡି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ଶ୍ରୀମନ୍ଦିର ପ୍ରଶାସନର ଏହି ନିସ୍ପତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

ଆସନ୍ତା ନୂଆବର୍ଷରୁ ଶ୍ରୀମନ୍ଦିରରେ ଡ୍ରେସକୋଡ୍ ଲାଗୁ ହେବା ସହ ପାନଗୁଟୁକା ଉପରେ ଲାଗିବ କଟକଣା । ଏଥିସହିତ ଶ୍ରୀମନ୍ଦିରକୁ ପଲିଥିନ ମୁକ୍ତ କରିବାକୁ ମଧ୍ୟ ନିସ୍ପତି ନିଆଯାଇଛି । ପ୍ରସାଦ ହେଉ କି ଫୁଲ ହେଉ ପଲିଥିନରେ ମନ୍ଦିରକୁ ଯାଇପାରିବ ନାହିଁ । ଭୋଗ ଏବଂ ଫୁଲ ମନ୍ଦିରକୁ ନେବା ପାଇଁ ଫୁଲଚାଙ୍ଗୁଡି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ଶ୍ରୀମନ୍ଦିର ପ୍ରଶାସନର ଏହି ନିସ୍ପତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

ପାନଗୁଟଖା ପରେ ଏବେ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ହେବ ଶ୍ରୀମନ୍ଦିର । ଏଭଳି କଟକଣା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ଭକ୍ତ ଦର୍ଶନାର୍ôଥଙ୍କୁ ଆହ୍ୱାନ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଏଣିକି ଶ୍ରୀମନ୍ଦିର ଭିତରକୁ ପଲିଥିନ ଓ ପ୍ଲାଷ୍ଟିକ୍ ନେଇ ଯାଇ ପାରିବେନି ଭକ୍ତ । କାଇଁଷ କିମ୍ବା ବେତ ନିର୍ମିତ ଚାଙ୍ଗୁଡିରେ ଫୁଲ ଏବଂ ଭୋଗ ଆଣିବାକୁ ସମସ୍ତ ସେବାୟତ ନିଯୋଗ ଏବଂ ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି । ସେପଟେ ସୁଆର ମହାସୁଆରଙ୍କୁ ପେପର ବ୍ୟାଗ, କପଡା ବ୍ୟାଗ, ବେତ ଓ ବାଉଁଶରେ ତିଆରି ସାମଗ୍ରୀରେ ତିଆରି ହୋଇଥିବା ଚାଙ୍ଗୁଡି ।ଉପକରଣ ବ୍ୟବହାର କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରକୁ ପାଷ୍ଟିକ ମୁକ୍ତ ସହ ସହରକୁ ସରସ ସୁନ୍ଦର କରିବାକୁ ଆହ୍ୱାନ ଦିଆଯାଇଛି ।

ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କଟକଣାକୁ ସ୍ୱାଗତ କରାଯାଇଥିବା ବେଳେ ପ୍ରଶାସନର ନିଷ୍ପତି କେବଳ ଘୋଷଣାରେ ସୀମିତ ନରହୁ ବୋଲି ଦାବି ହୋଇଛି । ତେବେ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପକୁ ସମସ୍ତେ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ପୁରୀ ପୌରସଂସ୍ଥାର ଅଧିକାରୀ ।

ଏହା ପୂର୍ବରୁ ଆନନ୍ଦବଜାରରୁ ପଲିଥିନ ହଟିବା ନେଇ ନିଷ୍ପତି ହୋଇଥିଲା । ଏବେ ପୂରା ଶ୍ରୀମନ୍ଦିରରେ ପଲିଥିନ ବ୍ୟାନ୍ କରିବାକୁ ନିଷ୍ପତି ହୋଇଛି । ଦେଖିବାର କଥା ଏହି ନିଷ୍ପତିକୁ ଶ୍ରଦ୍ଧାଳୁ ଓ ସାଧାରଣ ଜନତା କିଭଳି ଗ୍ରହଣ କରୁଛନ୍ତି ।