ଏମିତି ମନ୍ଦିର ଯାହାକୁ ଦେଖି ଲାଗିଯିବ ଆଖି : ଫଟୋରେ ଫଟୋରେ ଭାରତର ଭବ୍ୟ ମନ୍ଦିର

Advertisment
ଏମିତି ମନ୍ଦିର ଯାହାକୁ ଦେଖି ଲାଗିଯିବ ଆଖି : ଫଟୋରେ ଫଟୋରେ ଭାରତର ଭବ୍ୟ ମନ୍ଦିର

କନକ ବ୍ୟୁରୋ: ତାମିଲନାଡୁରେ ଥିବା ବୃହଦେଶ୍ୱର ମନ୍ଦିରକୁ ବିଶ୍ୱ ଐତିହ୍ୟର ମାନ୍ୟତା ଦେଇଛି ୟୁନେସ୍କୋ । ଗ୍ରାନାଇଟରେ ନିର୍ମିତ ଏହି ମନ୍ଦିରରେ ୩୬ ମହଲା ରହିଛି । ସବୁଠୁ ଅଶ୍ଚର୍ଯ୍ୟ କଥା ହେଉଛି ମନ୍ଦିରର ଛାଇ କେବେ ମାଟିରେ ପଡେନାହିଁ,ଯାହାର କୌଣସି ବୈଜ୍ଞାନିକ କାରଣ ଏଯାଏଁ କେହି ଖୋଜି ପାଇନାହାଁନ୍ତି ।

publive-image
ବିହାରର ମହାବୋଧୀ ମନ୍ଦିର । ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଏହି ମନ୍ଦିର ଅନେକ ଗୁରୁତ୍ୱ ବହନ କରେ ।

publive-image

ତାମିଲନାଡୁର ମିନାକ୍ଷୀ ଅମ୍ମନ ମନ୍ଦିର ।ମଦୁରାଇ ସ୍ଥିତ ଏହି ମନ୍ଦିର ଦେବୀ ମିନାକ୍ଷୀଙ୍କୁ ସମର୍ପିତ । ମା’ ପାର୍ବତୀଙ୍କ ଅନ୍ୟ ରୂପ ହେଉଛନ୍ତି ମା’ ମିନାକ୍ଷୀ । ନିର୍ମାଣ କଳାକୁ ନେଇ ଏହି ମନ୍ଦିରର ବେଶ ଗୁରୁତ୍ୱ ରହିଛି ।

publive-image

ସ୍ୱାମୀ ନାରାୟଣ ଅକ୍ଷରଧାମ ମନ୍ଦିର । ଗାନ୍ଧୀନଗରରେ ୨୩ ଏକର ଜମିରେ ନିର୍ମିତ ଏହି ମନ୍ଦିର ୬,୦୦୦ ଟନ୍ ଗୋଲାପି ପ୍ରସ୍ତରରେ ନିର୍ମିତ । ଏଥିରେ ଖଣ୍ଡେ ମାତ୍ର ଳିହା ଛଡ ବ୍ୟବହାର ହୋଇନାହିଁ । ୧୦୮ ଫୁଟ ଉଚ୍ଚ ଏହି ମନ୍ଦିରରେ ଥିବା ୭ ଫୁଟ ଉଚ୍ଚ ଶ୍ରୀ ସ୍ୱାମୀ ନାରାୟଣଙ୍କ ସ୍ୱର୍ଣ୍ଣିମ ମୂର୍ତ୍ତି ସମସ୍ତଙ୍କର ଆକର୍ଷଣର ମୁଖ୍ୟ କେନ୍ଦ୍ର ବିନ୍ଦୁ । ଏହାର ସବୁଜିମା ପାରିପାଶ୍ୱିର୍କ ପରିସର ବାସ୍ତବିକ ମୋହନୀୟ ।
publive-image

ପଶ୍ଚିମବଙ୍ଗର ଦକ୍ଷିଣେଶ୍ୱର ମନ୍ଦିର । ହୁଗୁଳି ନଦୀ କୂଳରେ ଅବସ୍ଥିତ ଏହି ମନ୍ଦିରରେ ପୂଜା ପାଆନ୍ତି ମା’ କାଳି ।
publive-image

ଦିଲ୍ଲୀର ଲୋଟସ୍ ଟେମ୍ପୁଲ ।ଏହି ମନ୍ଦିର ବହାଇ ଧର୍ମକୁ ମାନୁଥିବା ଭକ୍ତଙ୍କ ଆରାଧନା ସ୍ଥଳୀ । ୧୯୮୬ରେ ନିର୍ମିତ ଏହି ମନ୍ଦିରର ନିର୍ମାଣ ଶୈଳୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଯଥେଷ୍ଟ ।
publive-image

ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର । ହିମାଳୟ ମଧ୍ୟଭାଗରେ ଥିବା ଏହି ମନ୍ଦିର ହିନ୍ଦୁମାନଙ୍କ ସାଧନା ସ୍ଥଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ।ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ୨୦୧୮ରେ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଯୋଗୁଁ ମହାପ୍ରଳୟ ଆସି ହଜାର ହଜାର ଘର ପାଣିରେ ବହିଯାଇ ଅକଳନୀୟ କ୍ଷୟକ୍ଷତି ହୋଇଥିବାବେଳେ ଏହି ମନ୍ଦିର ଅକ୍ଷୁର୍ଣ୍ଣ ରହିଥିଲା ।

publive-image
ପଂଜାବର ସ୍ୱର୍ଣ୍ଣ ମନ୍ଦୀର, ଶିଖ ମାନଙ୍କ ମୁଖ୍ୟ ଧର୍ମପୀଠ । ୧୫୭୭ରେ ନିର୍ମିତ ଏହି ମନ୍ଦିରର ମୁଖ୍ୟ ମନ୍ଦିର ଉପରେ ଛାଉଣି ସୁନା ଓ ହ୍ରଦରେ ଏହାରର ଝଲମଲ ପ୍ରତିଛବି ବାସ୍ତବିକ ନିଆରା ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe