କନକ ବ୍ୟୁରୋ: ମନ୍ଦିର ପରିଚାଳନା ନେଇ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ବେଳେ ବିଚାରପତି ଏସଏ ବବଡେ ସରକାରଙ୍କୁ ପ୍ରଶ୍ନ କରିିଛନ୍ତି ସରକାରୀ ଅଧିକାରୀଙ୍କ ସ୍ଥାନରେ ଭକ୍ତ ମାନେ କାହିଁକି ଧାର୍ମିକ ଅନୁଷ୍ଠାନ ଚଳାଇ ପାରିବେ ନାହିଁ । ବିଭିନ୍ନ ରାଜ୍ୟ ସରକାର ବଡ ବଡ ମନ୍ଦିର ଗୁଡିକୁ ପରିଚାଳନା କରିବାରେ ବିଫଳ ହୋଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଜଷ୍ଟିସ୍ ବବଡେ ।
ତେବେ କେନ୍ଦ୍ର ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ କେ.କେ. ଭେନୁଗୋପାଲ କହିଥିଲେ ଦେଶରେ ଏମିତି ଅନେକ ମନ୍ଦିର ରହିଛି ଯେଉଁଠି ରାଜ୍ୟ ସରକାର ମନ୍ଦିର ପରିଚାନଳା କରୁଛନ୍ତି । ସେ କେରଳ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଉଦାହରଣ ଦେଇଥିଲେ । ତେବେ ଭେନୁଗୋପାଳଙ୍କ ଏହି ଯୁକ୍ତିକୁ କାଟିଥିଲେ ଖଣ୍ଡପୀଠ । ତାମିଲନାଡୁର ୧୫ଶହ ବର୍ଷର ପୁରୁଣା ମନ୍ଦିର ନଟରାଜ ଟେମ୍ପଲକୁ ନେଇ ସୁପ୍ରିମେକୋର୍ଟ ୨୦୧୪ରେ ଯେଉଁ ରାୟ ଶୁଣାଇଥିଲେ ତାହାର ଉଦାହରଣ ଦେଇଥିଲେ ବିଚାରପତି ।
ସେହି ସମୟରେ ଏହି ପୁରାତନ ମନ୍ଦିରର ପରିଚାଳନା ଭାରକୁ ତାମିଲନାଡୁ ସରକାରଙ୍କଠାରୁ କାଢ଼ି ନେବାକୁ ରାୟ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗରେ ରାୟ ଶୁଣାଣିବେଳେ କୋର୍ଟ ନଟରାଜ ମନ୍ଦିର ଉପରେ ନିଆଯାଇଥିବା ନିଷ୍ପତିକୁ ମଧ୍ୟ ଦେଖାଯିବ ବୋଲି କହିଥିଲେ ବିଚାରପତି ଏସଏ ବବଡେ ଓ ଏସଏ ନାଜିର । ସେହିପରି ତାମିଲନାଡୁର ଚିଦାମ୍ବରମ ମନ୍ଦିର ପରିଚାଳନା ନେଇ କ୍ଷୋଭ ପ୍ରକାଶ କରିଥିଲେ ଖଣ୍ଡପୀଠ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/1_00000.jpg)
/kanak/media/post_attachments/wp-content/uploads/2019/03/803199-supreme-court-300x169.jpg)
/kanak/media/post_attachments/wp-content/uploads/2018/08/722761-supreme-court-300x169.jpg)