ଓଡିଶାରେ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତି ନେବାକୁ କହିଲେ ହାଇକୋର୍ଟ: କହିଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନଜରରେ ରଖି ନିଆଯାଉ ନିଷ୍ପତି

କରୋନା ପାଇଁ ମନ୍ଦିରରେ ଲାଗିଛି ତାଲା

332

କନକ ବ୍ୟୁରୋ: କରୋନା ପାଇଁ ଧର୍ମାନୁଷ୍ଠାନଗୁଡିକ ବନ୍ଦ ଥିବାବେଳେ ଆଜି ହାଇକୋର୍ଟ ଏ ନେଇ ନିଷ୍ପତି ନେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନଜରରେ ରଖି ରାଜ୍ୟ ସରକାର ନିଷ୍ପତି ନିଅନ୍ତୁ ବୋଲି କହିଛନ୍ତି ଓଡିଶା ହାଇକୋର୍ଟ । ଆଜି ହାଇକୋର୍ଟରେ ରାଜ୍ୟର ଧର୍ମାନୁଷ୍ଠାନ ଖୋଲିବା ନେଇ ହେଉଥିବା ଦୁଇଟି ମାମଲା ଉପରେ ହାଇକୋର୍ଟ ଶୁଣୀଣି କରିଥିଲେ ।

ସେପଟେ, ମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ସେବାୟତ ଓ ସ୍ୱେଚ୍ଛାସେବୀ ସଂଗଠନ ମୁହାଁମୁହିଁ । ଭୁବନେଶ୍ୱରରେ ଥିବା ଲିଙ୍ଗରାଜ ମନ୍ଦିର ସାମ୍ନାରେ ଦେଖିବାକୁ ମିଳିଛି ଏହି ଚିତ୍ର । ମନ୍ଦିର ଖୋଲିବା ଦାବିରେ ଆଜି ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଲିଙ୍ଗରାଜ ମନ୍ଦିର ଆଗରେ ଧାରଣା ଦିଆଯାଇଥିଲା । ସାମାଜିକ କଟକଣା ମାନି ରାଜ୍ୟର ସମସ୍ତ ଧାର୍ମିକ ପୀଠକୁ ଖୋଲିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏହି ସମୟରେ ଲିଙ୍ଗରାଜ ମନ୍ଦିରର ସେବାୟତମାନେ ଆସି ଧାରଣକାରୀଙ୍କୁ ବିରୋଧ କରିଥିଲେ । ପରେ ପୁଲିସ ସ୍ୱେଚ୍ଛାସେବୀ ସଂଗଠନକୁ ଧାରଣାରୁ ହଟାଇ ଦେଇଥିଲେ । ମନ୍ଦିର ଖୋଲିଲେ ସେବାୟତଙ୍କୁ କରୋନା ହେବା ସମ୍ଭାବନା ଥିବାରୁ ବିରୋଧ କରିଥିବା କହିଛନ୍ତି ଲିଙ୍ଗରାଜ ମନ୍ଦିରର ସେବାୟତମାନେ ।