କନକ ବ୍ୟୁରୋ : କଟକରେ ଆଜିଠାରୁ ଖୋଲିଲା ମନ୍ଦିର । ସାମାଜିକ ଦୂରତା ପାଳନ ଏବଂ ମାସ୍କ ପିନ୍ଧି ଠାକୁରଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏଥିପାଇଁ ଏସଓପି ଜାରି କରିଛି କଟକ ମହାନଗର ନିଗମ । ମନ୍ଦିରରେ ଦର୍ଶନ ସମୟରେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ଏହାର ଯାଂଚ କରିବେ ପୂଜକ ।
ମନ୍ଦିରରେ ଦର୍ଶନ ସମୟରେ ଏସଓପି ପାଳନ କରାନଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । କଟକରେ ଆଜି ମନ୍ଦିର ଖୋଲିବା ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କଟକ ଚଣ୍ଡି ମନ୍ଦିରରେ କୋଭିଡ ନିୟମ ପାଳନ ସହି ମାଆଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା କାରଣରୁ ପ୍ରାୟ ୧୦ ମାସ ଧରି ଚଣ୍ଡି ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/9-7.jpg)