ଗୁଜରାଟରେ ବାତ୍ୟାକୁ ନେଇ ହାଇଆଲର୍ଟ ସତ୍ୱେ ଖୋଲା ରହିବ ସୋମନାଥ ମନ୍ଦିର : ଗୁଜରାଟ ମନ୍ତ୍ରୀ କହିଲେ, ଏହା ପ୍ରାକୃତିକ ବିପର୍ଯ୍ୟୟ । ଆଳତୀ ବନ୍ଦ ହେବନି

Advertisment
ଗୁଜରାଟରେ ବାତ୍ୟାକୁ ନେଇ ହାଇଆଲର୍ଟ ସତ୍ୱେ ଖୋଲା ରହିବ ସୋମନାଥ ମନ୍ଦିର : ଗୁଜରାଟ ମନ୍ତ୍ରୀ କହିଲେ, ଏହା ପ୍ରାକୃତିକ ବିପର୍ଯ୍ୟୟ । ଆଳତୀ ବନ୍ଦ ହେବନି

source : Newstime

କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ‘ବାୟୁ’ ଆସୁଥିଲେ ମଧ୍ୟ ଆରବ ସାଗର ବେଳାଭୂମିରେ ଅବସ୍ଥିତ ଗୁଜରାଟର ବେରାବାଲରେ ଥିବା ସୋମନାଥ ମନ୍ଦିର ଆଜି ଖୋଲା ରହିଛି । ବାତ୍ୟା ପଥ ପରିବର୍ତ୍ତନ କରି ସାରିଛି ତଥାପି ବି ସେ ଅଞ୍ଚଳରେ ହାଇ ଆଲର୍ଟ ଜାରି ରହିଛି ଏବଂ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମନ୍ଦିର ପରିସରରେ ପ୍ରବଳ ବର୍ଷା ଏବଂ ପବନ ହେଉଥିଲେ ମଧ୍ୟ ମନ୍ଦିର ଖୋଲାଥିବାରୁ ଭକ୍ତମାନେ ଆସି ଦର୍ଶନ କରୁଛନ୍ତି। ସକାଳୁ ସକାଳୁ ସେଠାରୁ ଆସିଥିବା ଫଟୋ ଏବଂ ଭିଡିଓରେ ଦେଖାଯାଉଛି ମନ୍ଦିର ଅଞ୍ଚଳରେ ଥିବା ଚାଳିଘର ସବୁ ପବନରେ ଭାଙ୍ଗିରୁଜି ଯାଇଛି ଏବଂ ପ୍ରବଳ ବର୍ଷାକୁ ଖାତିର ନକରି ଭକ୍ତମାନେ ମନ୍ଦିର ପରିସରକୁ ଆସୁଛନ୍ତି।

ସତର୍କ ସୂଚନା ସତ୍ତ୍ୱେ ମନ୍ଦିର କାହିଁକି ଖୋଲା ରହିଛି ବୋଲି ପଚରାଯିବାରୁ ଗୁଜରାଟ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୂଡ଼ାସମା କହିଲେ, “ମନ୍ଦିର ବନ୍ଦ କରାଯାଇ ପାରିବନାହିଁ। ଦର୍ଶନ କରିବାକୁ ଆସିବା ନିମନ୍ତେ ଆମେ ପର୍ଯ୍ୟଟକମାନଙ୍କୁ ମନା କରିଛୁ, କିନ୍ତୁ ବହୁ ବର୍ଷ ଧରି ମନ୍ଦିରରେ ଚାଲିଆସିଥିବା ଆଳତୀ ବନ୍ଦ କରିହେବ ନାହିଁ।“ ସେ ଆହୁରି କହିଛନ୍ତି କି, “ଏହା ପ୍ରାକୃତିକ ବିପର୍ଯ୍ୟୟ , ଏହାକୁ ପ୍ରକୃତି ହିଁ ରୋକିପାରିବ, ତେବେ ପ୍ରକୃତିକୁ ଆମେ କାହିଁକି ବାଧା ଦେବା?

ରାତି ମଧ୍ୟରେ ଗତିପଥ ବଦଳାଇ ସାରିଥିବା ବାତ୍ୟା ବାୟୁ ଘଣ୍ଟାପ୍ରତି ୧୩୫ ରୁ ୧୪୫ କିଲୋମିଟର ବେଗରେ ଗୁଜରାଟର ସୌରାଷ୍ଟ୍ର ଉପକୂଳ ପାର୍ଶ୍ୱ ଦେଇ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe