କନକ ବ୍ୟୁରୋ : ବାବା ଚନ୍ଦ୍ରଶେଖର ମହାଦେବ ମନ୍ଦିରରୁ ଲୁଟ୍ । ମନ୍ଦିର ଗ୍ରୀଲ ଭାଙ୍ଗି ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ସୁନ୍ଦରଗଡ ଟାଉନ ଥାନା ଅନ୍ତଗର୍ତ ମହାଦେବପଡା ଇବିନଦୀ କୂଳରେ ଥିବା ବାବା ଚନ୍ଦ୍ରାଶେଖର ମହାଦେବ ମନ୍ଦିରରୁ ହୋଇଛି ଏହି ଲୁଟ୍ । ମନ୍ଦିରର ଦୁଇଟି ଶିବ ଲିଙ୍ଗ ଉପରେ ରଖାଯାଇଥିବା ରୂପା ନାଗକୁ ଚୋରି କରିନେଇଛନ୍ତି ଲୁଟେରା । ସକାଳୁ ପୂଜକ ପହଞ୍ଚିବା ବେଳେ ମନ୍ଦିରରୁ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ ।
ବାବା ଚନ୍ଦ୍ରଶେଖର ମହାଦେବ ମନ୍ଦିରରୁ ଲୁଟ୍ । ମନ୍ଦିର ଗ୍ରୀଲ ଭାଙ୍ଗି ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
/kanak/media/post_attachments/wp-content/uploads/2021/11/vlcsnap-2021-11-10-10h55m19s595.png)