କନକ ବ୍ୟୁରୋ: ବାଲେଶ୍ୱରରେ ସରିଜ୍ ଲୁଟ୍ । ଦୁଇଟି ମନ୍ଦିରରୁ ଲୁଟ୍ କଲେ ଲୁଟେରା । ଭୋଗରାଇର ତାରିଣୀ ଓ ଶିବ ମନ୍ଦିରରୁ ଲୁଟ୍ ହୋଇଛି । ମନ୍ଦି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ସକାଳେ ଏହି ଖବର ଜଣାପଡ଼ିବା ପରେ ଗାଁଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମନ୍ଦିରରୁ ଠାକୁରଙ୍କ ସମସ୍ତ ଅଳଙ୍କାର ସହ ଲକ୍ଷାଧିକ ଟଙ୍କାର ସମାଗ୍ରୀ ଚୋରି ହୋଇଛି ।