ଜଳେଶ୍ୱର ଅଞ୍ଚଳର ତିନୋଟି ମନ୍ଦିରରୁ ଲୁଟ୍ : ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ
କନକ ବ୍ୟୁରୋ : ମନ୍ଦିରରେ ସିରିଜ୍ ଲୁଟ୍ । ବାଲେଶ୍ୱର ଜିଲ୍ଲାରେ ତିନୋଟି ମନ୍ଦିରରେ ଲୁଟ୍ । ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ଆସବାବପତ୍ର ଲୁଟି ନେଇଛନ୍ତି ଦୁର୍ବୃତ୍ତ । କମର୍ଦ୍ଦାରେ ଥିବା ବାସୁଳୀ ମନ୍ଦିର, ତାରିଣୀ ମନ୍ଦିର ଏବଂ ମଙ୍ଗଳା ମନ୍ଦିରର ତାଲା ଭାଙ୍ଗି ହୋଇଛି ଲୁଟ୍ । ଲୁଟ୍ କରିବା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ରବିବାର ସକାଳେ ଲୁଟ୍ ମନ୍ଦିରର ପୂଜକ ଓ ସ୍ଥାନୀୟ ଲୋକେ ଫାଟକ ଖୋଲା ଥିବା ଦେଖିବାକୁ ପାଇଥିଲେ । ଆଉ ଭିତରକୁ ଗଲା ପରେ ମନ୍ଦିରର ସବୁ ସୁନା ଅଳଙ୍କାର ଓ ବିଭିନ୍ନ ଆସବାବପତ୍ର ଚୋରି ହୋଇଥିବା ନେଇ କମର୍ଦ୍ଦା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।