ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା । ସିସିଟିଭିରେ କଏଦ ଲୁଟର ଦୃଶ୍ୟ ।

200

କନକ ବ୍ୟୁରୋ: କେନ୍ଦୁଝର ବଳଦେବଜୀଉ ମନ୍ଦିରରୁ ଚୋରି । ବିଳମ୍ବିତ ରାତିରେ ମନ୍ଦିରର ହୁଣ୍ଡି ତାଡ଼ି ସେଥିରେ ଥିବା ଟଙ୍କା ଓ ଅନ୍ୟାନ୍ୟ ଦାନ ସାମଗ୍ରୀ ଲୁଟିନେଇଛନ୍ତି ଲୁଟେରା । ମନ୍ଦିର ପ୍ରବେଶ ଦ୍ୱାର ମୁହଁରେ ଥିବା ହୁଣ୍ଡି ତାଡ଼ି ଟଙ୍କା ସବୁ ନେଇଯାଇଥିବା ବେଳେ ପୁରୁଣା ଟଙ୍କା ଓ ଖୁଚୁରା ପଇସା ସବୁ ଫିଙ୍ଗି ଦେଇଛନ୍ତି ଲୁଟେରା । ତେବେ ଗତ ରଥଯାତ୍ରା ପରଠାରୁ ହୁଣ୍ଡି ଖୋଲା ହୋଇନଥିବାରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ହୁଣ୍ଡି ନିକଟରେ ଲାଗିଥିବା ସିସିଟିଭି କାମ କରୁନଥିବା ଜଣାପଡ଼ିଛି ।