କନକ ବ୍ୟୁରୋ: ପ୍ରାଣପ୍ରିୟ ଠାକୁରଙ୍କୁ କିଏ କେତେ ପ୍ରକାରରେ ସଜାଇବାକୁ ଚେଷ୍ଟା କରେ । ଏମିତି କିଛି ନୂଆ ଢଙ୍ଗରେ ଦେବୀଙ୍କ ମନ୍ଦିରକୁ ସଜାଇ ଭାବର ନୈବେଦ୍ୟ ବାଢିଛନ୍ତି ଭକ୍ତ । ଆନ୍ଧ୍ରପ୍ରଦେଶ ନିଲ୍ଲୋର ଜିଲ୍ଲାରେ ଥିବା କନ୍ୟାକା ପରମେଶ୍ୱରୀ ମନ୍ଦିରରେ ଭକ୍ତମାନେ ଦେବୀଙ୍କ ମନ୍ଦିରକୁ କେବଳ ନୋଟରେ ସଜାଇଛନ୍ତି । ଦେବୀଙ୍କ ପ୍ରତିମା ଠାରୁ ଆରମ୍ଭ କରି ପ୍ରବେଶ ଦ୍ୱାରକୁ ୫ କୋଟି ୧୦ ଲକ୍ଷ ଟଙ୍କା ନୋଟରେ ସଜାଇଛନ୍ତି ମନ୍ଦିର ଦାୟିତ୍ୱରେ ଥିବା ସଦସ୍ୟ । ଏହାସହ ମା’ଙ୍କ ପ୍ରତିମାକୁ ୭ କେଜି ସୁନା ଓ ୬୦ କେଜି ରୂପାରେ ସଜାଯାଇଥିବା ମନ୍ଦିର ପରିଚାଳନା ମୁଖ୍ୟ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଦେବୀ ପରମେଶ୍ୱରୀଙ୍କ ମନ୍ଦିରରେ ବର୍ଷ ସାରା ଭିନ୍ନ ଭିନ୍ନ ରୂପରେ ପୂଜା ପାଉଥିବାବେଳେ ଦଶହରା ନବରାତ୍ର ଅବସରରେ ମା’ ମହାଲକ୍ଷ୍ମୀ ରୂପରେ ପୂଜା ପାଇଥାନ୍ତି । ଏହି ଅବସରରେ ମା’ଙ୍କୁ ନୈବେଦ୍ୟ ଭାବେ ତାଙ୍କ ମନ୍ଦିରକୁ ନୋଟରେ ସଜାଇଛନ୍ତି ଭକ୍ତ । ଏଥିରେ ୨୦୦୦ ଟଙ୍କାରୁ ଆରମ୍ଭ କରି ୧୦ ଟଙ୍କିଆ ନୋଟ୍ ବ୍ୟବହାର କରାଯାଇଛି । ସାଜସଜା ପାଇଁ ମୋଟ ୫ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୪ ବର୍ଷ ପୂର୍ବରୁ ଏହି ପରମ୍ପରା ଆରମ୍ଭ କରିଛନ୍ତି ଭକ୍ତଗଣ । ପ୍ରଥମ ବର୍ଷ ମା’ଙ୍କ ମନ୍ଦିର ଭିତର ସଜାଇବାରେ ମୋଟ ୧୧କୋଟି ଟଙ୍କାର ନୋଟ ବ୍ୟବହାର କରାଯାଇଥିଲା । ସେହି ବର୍ଷଠାରୁ ମା’ଙ୍କ ନବରାତ୍ରକୁ ଆଡମ୍ବର ସହ ପାଳନ କରାଯାଉଛି ।