କନକ ବ୍ୟୁରୋ : ରାଜ୍ୟର ପ୍ରସିଦ୍ଧ ମନ୍ଦିର ଗୁଡିକ ପାଇଁ ଏଣିକି ଅନଲାଇନରେ ହୋଇପାରିବ ଟିକେଟ । ଏକ ସ୍ୱତନ୍ତ୍ର ପୋର୍ଟାଲ ଆଣିବେ ସରକାର । ଦର୍ଶନ, ପୂଜା ଓ ପ୍ରସାଦ ସେବନ ପାଇଁ ଏହି ପୋର୍ଟଲ ଜରିଆରେ ଟିକେଟ କରିପାରିବେ ଦେଶବିଦେଶର ଭକ୍ତ । ରହିବ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାର ବିକଳ୍ପ
ଏ ସମ୍ପର୍କରେ ପୂର୍ବରୁ ୫ଟି ବିଭାଗକୁ ନେଇ ବୈଠକ ବସିଥିଲା । ତାମିଲନାଡୁ ଓ କର୍ଣ୍ଣାଟକ ଢାଞ୍ଚାରେ ଅନଲାଇନ୍ ଟିକେଟ୍ ପାଇଁ ବ୍ୟବସ୍ଥା କରୁଛନ୍ତି ସରକାର । ପ୍ରଥମ ପର୍ଯ୍ୟାୟରେ କେଉଁ କେଉଁ ମନ୍ଦିର ସାମିଲ ହେବ, ତାର ତାଲିକା ପ୍ରସ୍ତୁତ କରିବ ଦେବୋତ୍ତର କମିଶନ । ଦେବୋତ୍ତର କମିଶନଙ୍କୁ ଆଇନ୍ ବିଭାଗର ଚିଠିରୁ ବଡ ସୂôଚନା ମିଳିଛି ।
ତେବେ ଏନେଇ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଅନେକ ଲୋକ ଦୂରରୁ ଆସି ଭଗବାନଙ୍କୁ ଦର୍ଶନ କରିବାକୁ ସୁଯୋଗ ପାଉନାହାନ୍ତି, କିନ୍ତୁ ଆଗକୁ ଏହି ପୋଟାଲ ମାଧ୍ୟମରେ ଟିକେଟ୍ ବ୍ୟବସ୍ଥା କରାଗଲେ ଶ୍ରଦ୍ଧାଳୁଙ୍କ ପାଇଁ ଅଧିକ ଭଲ ହେବ ବୋଲି ଆଶା କରାଯାଉଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us