କନକ ବ୍ୟୁରୋ : ଭଗବାନ ସବୁଠି ବିଦ୍ୟମାନ । ଭଗବାନଙ୍କ ଉପସ୍ଥିତି ପାଇଁ କୌଣସି ସ୍ଥାନର ଆବଶ୍ୟକତା ନାହିଁ । ଏକ ମନ୍ଦିର ଉଚ୍ଛେଦ ମାମଲାର ଶୁଣାଣି କରି ଏପରି କହିଛନ୍ତି ମାଡ୍ରାସ୍ ହାଇକୋର୍ଟ । କୋର୍ଟ କହିଛନ୍ତି, ମନ୍ଦିର ନାଁରେ ସରକାରୀ ଜାଗାକୁ ହଡପ କରାଯାଇପାରିବ ନାହିଁ । ଧର୍ମ ନାଁରେ କୌଣସି ସାର୍ବଜୀନନ ସ୍ଥାନକୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି କୋର୍ଟ କଡ଼ା ଆଭିମୁଖ୍ୟ ରଖିଛନ୍ତି ।

Advertisment

ଜଷ୍ଟିସ୍ ଏସ୍ ବୈଦ୍ୟନାଥନ୍ ଓ ଜଷ୍ଟିସ୍ ଡକ୍ଟର ଭାରତ ଚକ୍ରବର୍ତୀ ମାମଲାର ଶୁଣାଣି ବେଳେ କହିଛନ୍ତି, ଜଦି ଆବେଦନକାରୀ ଭକ୍ତଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଠାକୁରଙ୍କୁ ଦର୍ଶନ ସୁବିଧା ଦେବାକୁ ଚାହୁଁଛନ୍ତି, ତେବେ ସେ ନିଜେ ଏଥିପାଇଁ ବ୍ୟବସ୍ଥା କରିପାରିବେ । ନିଜ ପାଖରେ ଥିବା କୌଣସି ଅବ୍ୟବହୃତ ଜମି କିମ୍ବା ମନ୍ଦିରର ଅନ୍ୟ କୌଣସି ଜମିକୁ ଠାକୁରଙ୍କୁ ସ୍ଥାନାନ୍ତର କରିପାରିବେ । କିନ୍ତୁ ଠାକୁରଙ୍କ ନାଁରେ ଜାତୀୟ ରାଜପଥର ଜମିକୁ ଅବରୋଧ କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।