ଅନଲାଇନରେ ନିର୍ମାଲ୍ୟ ବିକ୍ରିକୁ ବିରୋଧରେ ଆମାଜନ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା । କାହା ଅନୁମତିରେ କମ୍ପାନୀ ବିକ୍ରି କରୁଥିଲା ସେ ନେଇ ତଦନ୍ତ ଦାବି

158

କନକ ବ୍ୟୁରୋ : ଅନଲାଇନରେ ନିର୍ମାଲ୍ୟ ବିକ୍ରିକୁ ବିରୋଧରେ ଆମାଜନ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ।  କାହା ଅନୁମତିରେ କମ୍ପାନୀ ବିକ୍ରି କରୁଥିଲା ସେ ନେଇ ଏତଲା ଦିଆଯାଇଛି । ଚଢାଦରରେ ଅନଲାଇନରେ ଆମାଜନ ନିର୍ମାଲ୍ୟ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ଶ୍ରୀମନ୍ଦିର ସେବାୟତ ଶମ୍ବୁନାଥ ଖୁଂଟିଆ ଆମାଜନ ଇଣ୍ଡିଆ ବିରୋଧରେ ଏତଲା ଦେଇଥିଲେ । ଏତଲାକାରୀ କହିଛନ୍ତି, ୧୦ ଟଙ୍କାର ପ୍ୟାକେଟକୁ ୫୦୦ ଟଙ୍କା ଦାମ ରଖି ୫୯ରୁ ୧୫୦ ଟଙ୍କାରେ ଆମାଜନ ବିକ୍ରି କରୁଛି । ଏହାସହ  ମହାପ୍ରସାଦର ପବିତ୍ରତା ରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।