ଚୀନ୍ ଏବଂ ରୁଷିଆକୁ ଝଟକା ଦେବା ପାଇଁ ଚାଲିଛି ପ୍ରସ୍ତୁତି… ଏହି ତିନୋଟି ଦେଶ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ତିଆରି କରୁଛନ୍ତି, ଜାଣନ୍ତୁ କଣ ରହିଛି ବୈଶିଷ୍ଟ୍ୟ

294

ବ୍ରିଟେନ, ଇଟାଲୀ ଏବଂ ଜାପାନ ମିଳିତ ଭାବେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ତିଆରି କରିବାକୁ ଯାଉଛନ୍ତି । ଏହା ମାଧ୍ୟମରେ ଶତ୍ରୁ ଦେଶ ଉପରେ ନଜର ରଖିହେବ । ଏହି ଯୁଦ୍ଧ ବିମାନର ନାମ ଟେମ୍ପେଷ୍ଟ ରହିଛି । ୨୦୨୫  ସୁଦ୍ଧା ଏହାର ନିର୍ମାଣ କାମ ସରି ଉଡିବାକୁ ସକ୍ଷମ ହେବ ବୋଲି କୁହାଯାଉଛି । ଏହ  ଶତ୍ରୁ ଦେଶମାନଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଭାବରେ ଠିଆ ହେବାକୁ ଯାଉଛି ।

ଜାଣନ୍ତୁ ଏହା କେତେ ଶକ୍ତିଶାଳୀ ହେବ ଏବଂ ଏହାକୁ ତିଆରି କରିବା ପାଇଁ ତିନି ଦେଶ କାହିଁକି ଏକାଠି ହେଲେ ?

ଏହା ଏପରି ଏକ ଯୁଦ୍ଧ ବିମାନ କଳ୍ପନା କରାଯାଇଛି ଯେଉଁଠି ପାଇଲଟର ଆବଶ୍ୟକତା ପଡ଼ିବନାହିଁ । ରିମୋଟ ଦ୍ଵାରା  ଏହାକୁ ପରିଚାଳିତ କରିହେବ । ଏହାର ରାଡାର ସିଷ୍ଟମ ଏତେ ଶକ୍ତିଶାଳୀ ହେବା ଯେ ଯୁଦ୍ଧରେ ଜିତିବା ଖୁବ ସହଜ ହୋଇଜୀବ । ବର୍ତ୍ତମାନ ଏହିପରି ଏକ ଯୁଦ୍ଧ ବିମାନ ପ୍ରସ୍ତୁତ କରାଯାଉଛି । ବ୍ରିଟେନ, ଇଟାଲୀ ଏବଂ ଜାପାନ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏହା ମାଧ୍ୟମରେ ଶତ୍ରୁ ଦେଶ ଉପରେ ନଜର ରଖିବା ବହୁତ ସହଜ ହେଇପାରିବ । ଏହି ଯୁଦ୍ଧ ବିମାନର ନାମ ଟେମ୍ପେଷ୍ଟ ରହିଛି । ୨୦୨୫ ସୁଦ୍ଧା ଏହା ଉଡିବାକୁ ସକ୍ଷମ ହେଇପାରିବ । ଏହା ଶତ୍ରୁ ଦେଶମାନଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଭାବରେ ଛିଡା ହେବ ବୋଲି କୁହାଯାଉଛି । ଟେମ୍ପେଷ୍ଟରେ ହାଇ ଟେକ ଯନ୍ତ୍ରାଂଶରେ ଭରି ହେଇ ରହିଛି । ଏହାକୁ ପାଇଲଟମାନେ ଏହାକୁ ଭର୍ଚୁଆଲ୍ ରିଅଲିଟି ହେଡସେଟ୍ ସହିତ ଚଳାଇବାକୁ ସମର୍ଥ ହେବେ । ଏହାର ଅର୍ଥ ସେମାନେ କେବଳ ଏକ ରିମୋଟ ମାଧ୍ୟମରେ ଏହାକୁ ଉଡ଼ାଇବାକୁ ସମର୍ଥ ହେବେ ।

ଏହି ଯୁଦ୍ଧ ବିମାନ କେତେ ସ୍ୱତନ୍ତ୍ର ହେବ ଏବଂ ଏହାକୁ ତିଆରି କରିବା ପାଇଁ ତିନି ଦେଶ କାହିଁକି ଏକାଠି ହେଲେ ?କେତେ ହାଇ ଟେକ ହେବ ଦୁନିଆର ସବୁଠାରୁ ଅତ୍ୟାଧୁନିକ ଜେଟ ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହା ବିଶ୍ୱର ସବୁଠାରୁ ଉନ୍ନତ ଯୁଦ୍ଧ ବିମାନ ହେବ। ଏହି ସୁପରସୋନିକ୍ ଜେଟର ରାଡାର ଏତେ ଶକ୍ତିଶାଳୀ ହେବ ଯେ ଏହା ବର୍ତ୍ତମାନର ଜେଟ୍ ଅପେକ୍ଷା ବାସ୍ତବ ସମୟରେ ୧୦ ଗୁଣ ଅଧିକ ସୂଚନା ଏବଂ ତଥ୍ୟ ପ୍ରଦାନ କରିବାରେ ସକ୍ଷମ ହେବ । ଯୁଦ୍ଧରେ ଜିତିବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ନ୍ୟାସନାଲ୍ର ରିପୋର୍ଟ ଅନୁଯାୟୀ ଏହାର ସଫ୍ଟୱେର୍ ଏବଂ ହାର୍ଡୱେର୍ ଯଥେଷ୍ଟ ଉନ୍ନତ ହେବବିଶେଷ କଥା ହେଲା ଏହା ମିଶନ ଅନୁଯାୟୀ ପରିବର୍ତ୍ତନ କରାଯାଇପାରିବ । ପାଇଲଟମାନେ ଏହାକୁ ଭର୍ଚୁଆଲ୍ ରିଅଲିଟି ହେଡସେଟ୍ ମାଧ୍ୟମରେ ଚଳାଇବାକୁ ସମର୍ଥ ହେବେ । ଏହା ଇତିହାସର ସବୁଠାରୁ ହାଇ-ଟେକ୍ ଯୁଦ୍ଧ ବିମାନ ହେବାକୁ ଯାଉଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହା ଏପରି ହାଇପରସୋନିକ୍ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ହେବ ଯାହାଦ୍ୱାରା ଶତ୍ରୁକୁ ସହଜରେ ଟାର୍ଗେଟ୍ କରାଯାଇପାରିବ ।

ଏହି ତିନୋଟି ଦେଶର ସହଭାଗିତାକୁ ଗ୍ଲୋବାଲ୍ କମ୍ବାଟ୍ ଏୟାର ପ୍ରୋଗ୍ରାମ୍ (GCAP) ନାମିତ କରାଯାଇଛି । ଜାପାନର ମିଟୁସୁବିଶି ହେଭି, ବ୍ରିଟେନର BAE ସିଷ୍ଟମ୍ ଏବଂ ଇଟାଲୀର ଲିଓନାର୍ଡୋ କମ୍ପାନୀ ମିଳିତ ଭାବରେ ଏହି ହାଇ-ଟେକ୍ ଯୁଦ୍ଧ ବିମାନକୁ ବିକଶିତ କରୁଛନ୍ତି ।