କନକ ବ୍ୟୁରୋ: ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସୋନପୁର। ଆଜି ସୋନପୁରର ତାପମାତ୍ରା ୪୧ .୩ ଡିଗ୍ରୀ ରେକର୍ଡ । ସେହପରି ୪୦ ଡିଗ୍ରୀ ଉପରେ ରାଜ୍ୟର ୩ଟି ସହରର ତାପମାତ୍ରା ରେକର୍ଡ ହୋଇଛି । ତେବେ ଗତକାଲି ବିଳମ୍ବିତ ରାତିରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଥିଲା । ଭୁବନେଶ୍ୱର ସମେତ କିଛି ସ୍ଥାନରେ ସକାଳୁ ସକାଳୁ ପାଗ କୋହଲା ରହିଥିଲେ ବି ମଧ୍ୟାହ୍ନ ବେଳକୁ ଖରା ଅନୁଭୂତ ହୋଇଛି ।
ତେବେ ରାଜ୍ୟର ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ, ବଲାଙ୍ଗୀରରେ ୪୧.୨ ଡିଗ୍ରୀ, ବୌଦ୍ଧରେ ୪୧.୦ ଡିଗ୍ରୀ ଏବଂ ଅନୁଗୁଳରେ ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/Heat-Wave-696x391.jpg)