ଫେବ୍ରୁଆରୀ ମାସରୁ ଅସହ୍ୟ ହେଲାଣି ତାତି । ବଢ଼ି ଚାଲିଛି ତାପମାତ୍ରା । ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ।

150

କନକ ବ୍ୟୁରୋ: ମାଘରେ ବାଘ ଭଳି ଶୀତ ହେବା କଥା । ହେଲେ ବର୍ଷ ମାଘରେ ଶୀତ ବଦଳରେ ବଢୁଛି ତାତି । ଦିନରେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବଢୁଛି । ଆକାଶ ନିର୍ମଳ ରହିବା ସହ ପାରଦ ୩୫-୩୬ ଡିଗ୍ରୀ ଉପରେ ରହୁଛି । ଆଜି ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି । ତେବେ ୨୨ରୁ ତାତି ଟିକେ କମିବ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ ।

  • ମାଘ ମାସରେ ବଢୁଛି ତାତି
  • ଆହୁରି ଦୁଇଦିନ ବଢିବ ଦିନ ତାପମାତ୍ରା

କୁହାଯାଏ, ପେଂବୃଆରୀ ମାଘ ମାସରେ ବାଘୁଆ ଶୀତ ହୁଏ । କିନ୍ତୁ ଏବେଠାରୁ ହିଁ ରାଜ୍ୟରେ ଅସହ୍ୟ ଖରା ଅନୁଭୂତ ହେଲାଣି । ତାପମାତ୍ରା ୩୭ ଡିଗ୍ରୀ ଛୁଇଁଲାଣି । ଦିନ ୧୦ଟା ପରେ ଘରୁ ବାହାରିଲେ ତାତିରେ ମୁହଁ ପୋଡିଯାଉଛି । ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଦିନ ଓ ରାତି ତାପମାତ୍ରା ଆହୁରି ଦୁଇ ଦିନ ଯାଏଁ ବଢିବ ।

କାହିଁକି ବଢୁଛି ତାପମାତ୍ରା?

  • ଆକାଶ ନିର୍ମଳ ରହିଛି
  • ଦିନରେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍ମବାୟୁ ପ୍ରବେଶ କରୁଥିବାରୁ ଦିନ ତାପମାତ୍ରା ବଢୁଛି
  • ଗୁରୁଚାପ ବଳୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଓଡିଶାରେ ସକ୍ରିୟ ରହିଛି
  • ରାଜ୍ୟକୁ ପ୍ରବେଶ କରୁଛି ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ
  • ଉପକୂଳ ଅଞ୍ଚଳରେ ରାତି ତାପମାତ୍ରା ୨୦ ଡିଗ୍ରୀରୁ ଅଧିକ ରହିବ
  • ଏହା ସ୍ୱାଭାବିକ ତାପମାତ୍ରା ତୁଳନାରେ ୨ରୁ ୩ ଡିଗ୍ରୀ ଅଧିକ

ଏବେ ତାତି ବଢୁଥିଲେ ବି ୨୨ରୁ ଏହା କମିବ । ଉପକୂଳ ଓ ଦକ୍ଷିଣ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ସୋମବାର ଭାବନୀପାଟଣାରେ ଦିନର ସର୍ବାଧିକ ତାପମାତ୍ରା ୩୬.୫ ଡିଗ୍ରୀ ଥିଲା । ଆଜି ଦିନର ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ଛୁଇଁବା ଆକଳନ କରିଛି ପାଣିପାଗ ବିଭାଗ ।

  • ସୋମବାର ସବୁ ସହରରେ ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିଲା
  • ଟିଟିଲାଗଡ ଓ ଭବାନୀପାଟଣା ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିଲା

୨୨ରୁ ମାତ୍ର ୩ ଦିନ ହାଲୁକା ବର୍ଷାର ସମ୍ଭାବନା ଥିଲେ ବି ପରେ ତାତି ବଢିପାରେ । ମାର୍ଚ୍ଚରୁ ମେ ମାସ ଯାଏଁ ଅସହ୍ୟ ଗୁଳୁଗୁଳି ଓ ଖରା ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।