ଆଜିଠାରୁ ଆରମ୍ଭ ହେଲା ଖରା ! ଏପ୍ରିଲ୍ ୨ ରୁ ଆରମ୍ଭ ହେବ ସକାଳୁଆ ସ୍କୁଲ ।

ଓଡ଼ିଶା ପାଇଁ ଗରମ ବର୍ଷ ହୋଇପାରେ ୨୦୨୦ : ସ୍ୱାଭାବିକ ରହିବ ବର୍ଷା

ରବିବାର ଠାରୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ। ଅଧିକାଂଶ ସ୍ଥାନରେ ପାରଦ ୩୮ ଡିଗ୍ରି ଛୁଇଁବ। ଦକ୍ଷିଣ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପାରଦ ୪୦ଡିଗ୍ରି ଛୁଇଁପାରେ। ଦକ୍ଷିଣ ପଶ୍ଚିମ ଦିଗରୁ ତତଲା ପବନ ବି ବହିବ। ଆସନ୍ତା ୫ଦିନ ପର‌୍ୟ୍ୟନ୍ତ ଏହିଭଳି ସ୍ଥିତି ଜାରି ରହିବ। ଏହିଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ହୋଇଯାଇଥିବାବେଳେ ଆଗକୁ ଅସହ୍ୟ ହେବାକୁ ଯାଉଛି । ମାଲକାନଗିରିରେ ଗତ କିଛି ଦିନ ହେବ ପାରଦ ୪୦ଡିଗ୍ରି ଛୁଉଁଥିବାବେଳେ ରାଜ୍ୟର ବାକି ସ୍ଥାନରେ ପାରଦ ଆହୁରି ୨ରୁ ୩ଡିଗ୍ରି ବଢ଼ିପାରେ। ଏଭଳି ସ୍ଥିତି ଦେଖି ରାଜ୍ୟ ସରକାର ଖରାର ମୁକାବିଲା ପାଇଁ ବିଭିନ୍ନ ବିଭାଗକୁ ଗାଇଡଲାଇନ୍ ଜାରି କରିଛନ୍ତି। ଖରା ମୁକାବିଲା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ କରିବାକୁ ଘୋଷଣା କରିଛି। ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ମାଲକାନଗିରିରେ ରେକର୍ଡ ହୋଇଛି। ସେଠାରେ ପାରଦ ୪୦ ଡିଗ୍ରି ଛୁଇଁଛି। ଏହାସହ ଅଧିକାଂଶ ସ୍ଥାନରେ ପାରଦ ୩୫ଡିଗ୍ରି ଉପରେ ରହିଥିବାବେଳେ ଆସନ୍ତା ସପ୍ତାହକ ମଧ୍ୟରେ ପାରଦ ଦୁଇରୁ ତିନି ଡିଗ୍ରି ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

publive-image

ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ସର୍ବୋଚ୍ଚ ତାପମାତ୍ରା ହାରାହାରି ୩୮ ଡିଗ୍ରି ଏବଂ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରି ପାଖାପାଖି ରହିବ। ଏହା ପ୍ରଭାବରେ ପୂର୍ବାହ୍ନରେ ଗରମ ଅନୁଭୂତ ହେବ ଏବଂ ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇପାରେ। ଆସନ୍ତା ୨୪, ୨୭ ଓ ୨୮ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ ଆଦି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହେବାର ସମ୍ଭାବନା ରହିଛି।

publive-image

ଗତ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ଚାନ୍ଦବାଲିରେ ୮.୭ ମିମି, ବାଲେଶ୍ବରରେ ୦.୫ମିମି, ଝାରସୁଗୁଡ଼ାରେ ୧.୧ମିମି, କେନ୍ଦୁଝରରେ ୩.୨ମିମି, ସମ୍ବଲପୁରରେ ୪.୫ମିମି, ସୁନ୍ଦରଗଡ଼ରେ ୪ମିମି, ହୀରାକୁଦରେ ୦.୧ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଆଜି ଭୁବନେଶ୍ବରରେ ୩୭.୭ଡିଗ୍ରି, କଟକରେ ୩୭.୨ଡିଗ୍ରି, ତାଳଚେରରେ ୩୭.୩ଡିଗ୍ରି, ଟିଟିଲାଗଡ଼ରେ ୩୬.୫ଡିଗ୍ରି, ସମ୍ବଲପୁରରେ ୩୫.୮ଡିଗ୍ରି, ବାରିପଦାରେ ୩୫.୫, ହୀରାକୁଦରେ ୩୬.୧, ସୋନପୁରରେ ୩୫.୪, ଅନୁଗୁଳରେ ୩୬.୯, ବାଲେଶ୍ବରରେ ୩୫.୮ ଏବଂ ଚାନ୍ଦବାଲିରେ ୩୬.୭ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe