ତାତିରୁ ରାଜ୍ୟକୁ ମିଳିବ ସାମାନ୍ୟ ଆଶ୍ୱସ୍ତି : ରାଜଧାନୀ ସମେତ ଅନେକ ସ୍ଥାନରେ ୨ ରୁ ୪ ଡିଗ୍ରୀ ଯାଏଁ ଖସିବ ପାରଦ

149

କନକ ବ୍ୟୁରୋ : ରାଜ୍ୟବାସୀଙ୍କ ପାଇଁ ସାମୟିକ ଭାବେ ଆଶ୍ୱସ୍ତିର ଖବର ଆଣିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ରାଜଧାନୀ ଭୁବନେଶ୍ୱର ସମେତ ପୂରା ରାଜ୍ୟର ତାପମାତ୍ରା ଆସନ୍ତା ୨ ଦିନ ମଧ୍ୟରେ ୨ରୁ ଡିଗ୍ରି ପର୍ଯ୍ୟନ୍ତ ଖସିବ । ଏହି ସମୟରେ ଉପକୂଳ ଜିଲ୍ଲାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଅନୁଭୂତ ହେବ । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ଓ ୪୦ କିଲୋମିଟର ବେଗରେ ପବନ ବହିବ । ତେଣୁ ଗତ କିଛି ଦିନ ହେଲା ଭୀଷଣ ଗ୍ରୀଷ୍ମପ୍ରବାହରେ ସନ୍ତୁଳି ହେଉଥିବା ରାଜ୍ୟବାସୀଙ୍କୁ ସାମୟିକ ଭାବେ ତାତିରୁ ତ୍ରାହି ମିଳିବ ବୋଲି କୁହାଯାଇଛି ।

କେନ୍ଦ୍ର ସୂଚନା ଅନୁସାରେ, ଧୀରେ ଧୀରେ ରାଜ୍ୟର ପାରଦ ନିମ୍ବଗାୀ ହେବାରେ ଲାଗିଛି । ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାର ତାପମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇଥିଲା । ଆସନ୍ତା ୨ ଦିନରେ ୨ରୁ ୪ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବ । ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ଥା ବୟୁର ଦିଗ ପରିବର୍ତ୍ତନ ଯୋଗୁଁ ତାପମାତ୍ରାରେ ଏଭଳି ପରିବର୍ତ୍ତନ ଆସିବ । ଆସନ୍ତା ୨ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏହି ସମୟରେ ପବନର ବେଗ ମଧ୍ୟ ଖୁବ୍ ଅଧିକ ରହିବ । ଘଂଟା ପ୍ରତି ପ୍ରାୟ ୪୦ କିମି ବେଗରେ ପବନ ବହିପାରେ ବୋଲି ଅନୁମାନ କରାଯାଉଛି ।

ଆଜି କଟକ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଂଜ, ଗଂଜାମ, ନୟାଗଡ଼, ଖୋର୍ଦ୍ଧା ଓ ଜଗତସିଂହପୁର କାଳବୈଶାଖୀଜନିତ ବର୍ଷା ହେବ । ଏହି ସମୟରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିବ । ସେହିଭଳି ୪ ତାରିଖ ଦିନ ରାୟଗଡା, ଗଜପତି, ଗଂଜାମ, ମୟୂରଭଂଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓକେନ୍ଦ୍ରାପଡ଼ାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏହି ୨ ଦିନ ପାଇଁ ଏହି ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।