କନକ ବ୍ୟୁରୋ: ଜଳୁଛି ପଶ୍ଚିମ ଓଡିଶା । ତାତିରେ ତତଲା କଢେଇ ବନିଛି ଆଭ୍ୟନ୍ତରୀଣ ଓଡିଶା । ଆହୁରୀ ୩ ଦିନ ଯାଏଁ ତାତିର ରାଜୁତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପୂର୍ବ, ପଶ୍ଚିମ ଓ ଉତର ଓଡିଶାରେ ମେ ୨ ତାରିଖ ଯାଏଁ ତାତିର ପ୍ରବଳ ପ୍ରକୋପ ଅନୁଭୁତ ହେବ ।
ତେବେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ବର୍ଷାର ପୂର୍ବାନୁମାନ କରାଯାଉଛି । ପଶ୍ଚିମ ଓଡିଶାର ଟାଇଁ ଟାଇଁ ଖରା ସହ ଝାଂଜି ପବନ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଦେଇଛି । ଟିଟିଲାଗଡ, ବଲାଙ୍ଗିର, ସମ୍ବଲପୁର, ତାଲଚେର, ସୋନପୁର ଓ ଝାରସୁଗୁଡାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ଅତ୍ୟଧିକ ଆଦ୍ର୍ୟତା ଯୋଗୁଁ ସ୍ଥିତି ଅସହ୍ୟ ହୋଇ ପଡିଛି ।
ଜୟପୁର ସହରରେ ବି ଖରାରେ ଡହଳ ବିକଳ ହୋଇଛନ୍ତି ଜନତା । ସେପଟେ ଆସନ୍ତା ୩ଦିନ ଧରି ଏହିପରି ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରାରୁ ୨ରୁ ୩ ଡିଗ୍ରୀ ବଢିବାର ଆଶଙ୍କା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/SUMMER-1.jpg)
/kanak/media/post_attachments/wp-content/uploads/2019/04/SUN-300x177.jpg)
/kanak/media/post_attachments/wp-content/uploads/2019/04/TATTI-300x177.jpg)