ମାଘରୁ ଉଭାନ ହେଲାଣି ଜାଡ । ଫେବ୍ରୁଆରୀ ଆରମ୍ଭରୁ ବଢ଼ିଲା ଦିନ ତାପମାତ୍ରା । ୨ସହରର ତାପମାତ୍ରା ୩୫ଡିଗ୍ରୀ ଟପିଲା ।

118

କନକ ବ୍ୟୁରୋ: ମାଘରୁ ଜାଡ ଉଭାନ । ଫେବ୍ରୁଆରୀ ମାସରୁ ଆରମ୍ଭ ହେଲାଣି ଗରମ । ଗତକାଲି ଭବାନୀପାଟଣା ଓ ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଛୁଇଁଛି । ଟିଟିଲାଗଡ଼, ମାଲକାନଗିରି ତାପମାତ୍ରା ୩୪ ଦଶମିକ ୫ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି ।

ରାଜ୍ୟର ୧୩ ସହରରେ ଦିନ ତାପମାତ୍ରା ୩୩ ଡିଗ୍ରୀ ଡେଇଁଛି । କେବଳ ଦିନ ନୁହେଁ, ରାତିରେ ମଧ୍ୟ ତାପମାତ୍ରା ଅସ୍ୱାଭାବିକ ରହିଥିଲା । ଉପକୂଳରେ ରାତି ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ୨ରୁ ୫ ଡିଗ୍ରୀ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୭ ଡିଗ୍ରୀ ଯାଏ ଅଧିକ ଅଛି ।