କନକ ବ୍ୟୁରୋ: ବଦଳିଲା ପାଗର ମିଜାଜ । ଅଦିନିଆ ବର୍ଷାରେ ହଠାତ୍ ବଢିଗଲା ଥଣ୍ଡା । ଖସିଗଲା ଦିନର ତାପମାତ୍ରା । ଦୁଇ ଦିନରେ ତାପମାତ୍ରା କମିଲା ୫ ଡିଗ୍ରୀ । ଗତ ୪ ତାରିଖରେ ଭୁବନେଶ୍ୱର ସହରର ସର୍ବୋଚ୍ଚ ତାପମାତ୍ରା ୨୮ ଦଶମିକ ୪ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୨ ଦଶମିକ ୬ ଡିଗ୍ରୀ ରହିଥିଲ । ୫ ତାରିଖରେ ସର୍ବୋଚ୍ଚ ତାପମାତ୍ରା ୨୮ ଦଶମିକ ୮ ଓ ସର୍ବନିମ୍ନ ତାପମାତ୍ରା ୨୧ ଦଶମିକ ୫ ଥିଲା । ହେଲେ ବାତ୍ୟା ପ୍ରଭାବରେ ରାଜଧାନୀର ତାପମାତ୍ରା ତଳମୁହାଁ ହୋଇଥିଲା ।

Advertisment

ଗତକାଲି ସର୍ବୋଚ୍ଚ ତାପମାତ୍ରା ୫ ଡିଗ୍ରୀ ହ୍ରାସ ପାଇଥିଲା । ରାତିରେ ଥଣ୍ଡା ଜାରି ରହିଥିବାରୁ ତାପମାତ୍ରା ଅହୁରି କମିବ ବୋଲି ଆଶା କରାଯାଉଛି । ଗତକାଲି ଦାରିଙ୍ଗବାଡିରେ ସର୍ବୋଚ୍ଚ ଦିନ ତାପମାତ୍ରା ୧୭ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ରହିଥିଲା ୨୩ ଦଶମିକ ୬ ଡିଗ୍ରୀ । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଛି ।