କମୁଛି ତାପମାତ୍ର, ବଢୁଛି ଥଣ୍ଡା: ରାଜ୍ୟର ୧୧ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ; ସୋନପୁରରେ ୯.୬ ଡିଗ୍ରୀ

କଟକ ଓ ଭୁବନେଶ୍ୱରରେ ତାପମାତ୍ରା ବି କମିଲା

86

କନକ ବ୍ୟୁରୋ: ରାଜ୍ୟରେ କମୁଛି ତାପମାତ୍ରା, ବଢୁଛି ଥଣ୍ଡା । ଓଡ଼ିଶାର ୧୧ଟି ସ୍ଥାନରେ ୧୫ଡ଼ିଗ୍ରୀରୁ କମ୍ ତାପମାତ୍ରା ରେକର୍ଡ଼ କରାଯାଇଛି । ସୋନପୁରରେ ୯ ଦଶମିକ୬, ଫୁଲବାଣୀରେ ୧୦ଦଶମିକ ୫, ଦାରିଙ୍ଗବାଡ଼ିରେ ୧୦ଦଶମିକ ୫, ଅନୁଗୁଳରେ ୧୧ଦଶମିକ୍ ଶୁନ୍, କୋରାପୁଟରେ ୧୧ଦଶମିକ ୬, ଭବାନୀପାଟଣାରେ ୧୨ଦଶମିକ୍ ୨, ଝାରସୁଗୁଡ଼ାରେ ୧୩ଦଶମିକ୍ ଶୁନ୍, କେନ୍ଦୁଝରରେ ୧୩ଦଶମିକ୍ ୮, ବାରିପଦାରେ ୧୪ ଦଶମିକ୍ ୨, ବଲାଙ୍ଗିରରେ ୧୪ଦଶମିକ୍ ୬, ସମ୍ବଲପୁରରେ ୧୪ଦଶମିକ୍ ୭ ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିପରି ଭୁବନେଶ୍ୱରରେ ୧୮ଦଶମିକ୍ ଶୁନ୍ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିବା ବେଳେ କଟକରେ ୧୬ଦଶମିକ୍ ୮ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ଫଳରେ ସକାଳୁ ସକାଳୁ ହାଲୁକା ଶୀତ ଅନୁଭୁତ ହେଉଛି ।