ଏବେ ଠାରୁ ଅସହ୍ୟ ହେଲାଣି ତାତି । ୩୫ ଡିଗ୍ରି ଉପରେ ୧୫ ସହର, ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୬.୪ ଡିଗ୍ରି ରେକର୍ଡ

106

କନକ ବ୍ୟୁରୋ : ବସନ୍ତରେ ବୈଶାଖର ଅନୁଭବ । ସାରା ରାଜ୍ୟରେ ବଢିଲାଣି ତାପମାତ୍ରା । ରାଜ୍ୟର ୧୫ ଟି ସହରର ତାପମାତ୍ରା ଆଜି ୩୫ ଡିଗ୍ରୀ ଉପରେ ରହିଛି । ଏହି କ୍ରମରେ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ୩୬.୪ ଡିଗ୍ରି ରେକର୍ଡ କରାଯାଇଛି । ସେହଭଳି ଟିଟିଲାଡ ଓ ଭବାନୀପାଟଣାର ତାପମାତ୍ରା ୩୬ ଡିଗ୍ରି ରେକର୍ଡ କରାଯାଇଛି । ଝାରସୁଗୁଡା ୩୫-୬, ସୋନପୁର ୩୫.୫, ବୌଦ୍ଧ ୩୫.୫, ବଲାଙ୍ଗୀର ୩୫.୪, ଢେଙ୍କାନାଳ ୩୫.୨, କଟକ ୩୫, ଅନୁଗୁଳର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି । ମାଲକାନାଗିରି ଓ ତାଳଚେର ୩୫ ଡିଗ୍ରି ରହିଛି ।

ଏବେ ବସନ୍ତ ଋତୁ ଚାଲିଛି । ରାଜ୍ୟବାସୀ ମୃଦୁମଳୟକୁ ଅପେକ୍ଷା କରିଥିବା ବେଳେ ଏବେ ଗ୍ରୀଷ୍ମପ୍ରବାହ ସାଧାରଣ ଜନତାଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଏବେଠାରୁ ଯଦି ଏତିକି ତାପ ତେବେ ଆଗକୁ ଆହୁରି ୪ ମାସ ବାକି ରହିଛି । ଏହାକୁ ନେଇ ଲୋକେ ଚିନ୍ତାପ୍ରକଟ କରିଛନ୍ତି ।