କନକ ବ୍ୟୁରୋ : କିଛିଦିନର ଆଶ୍ୱସ୍ତି ପରେ ପୁଣି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ରାଜ୍ୟର କିଛି ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଛୁଇଁଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଦେଇଥିବା ରିପୋର୍ଟ ମୁତାବକ ଦିନ ୨.୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯.୬ ଡିଗ୍ରୀ ରହିଛି । ସେହିଭଳି ଚାନ୍ଦବାଲି, ୩୯.୨, ଝାରସୁଗୁଡା ୩୮.୮, ରାଉରକେଲା ୩୭.୮, କେନ୍ଦୁଝର ୩୭.୪, ସମ୍ବଲପୁର ୩୭.୨, ହୀରାକୁଦ ୩୭.୨ ବାଲେଶ୍ୱର ୩୭, ପାରାଦୀପ ୩୫.୫, ପୁରୀ ୩୪.୬ ଓ ଗୋପାଳପୁର ୩୪.୫ ଡିଗ୍ରୀ ସେଲସିୟସ ରହିଛି ।
ପାଣିପାଗ ବିଭାଗର ସୂଚନା ମୁତାବକ ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ହେବ । ୧୫ ତାରିଖ ଠାରୁ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।
Follow Us
/kanak/media/post_attachments/wp-content/uploads/2024/04/kasturi-300x101.jpg)