କନକ ବ୍ୟୁରୋ : ପଶ୍ଚିମବଙ୍ଗ ଦୀଘା ସମୁଦ୍ରରେ ଧରାପଡ଼ିଲା ଲକ୍ଷାଧିକ ଟଙ୍କାର ତେଲିଆ ଭୋଲା ମାଛ । ପ୍ରତ୍ୟେକ ମାଛର ଓଜନ ପ୍ରାୟ ୨୫ରୁ ୩୦ କିଲୋଗ୍ରାମ ହେବ । ଧରା ହୋଇଥିବା ୯ଟି ମାଛକୁ ଓଡ଼ିଶାର ଧାମରା ଅଞ୍ଚଳର ଜଣେ ମତ୍ସ୍ୟଜୀବୀ ଦୀଘା ଏଷ୍ଟୁରିଆକୁ ଆଣି ବିକ୍ରି କରିଛନ୍ତି । ଏହି ମାଛର ବଜାର ମୂଲ୍ୟ କେଜି ପିଛା ୩ହଜାର ଶହେ ଟଙ୍କା ରହିଛି ।

Advertisment

ସ୍ଥାନୀୟ ଅଞ୍ଚଳରେ ଏହି ମାଛକୁ ତେଲିଆ ଭୋଲା ମାଛ ବୋଲି କୁହାଯାଉଛି । ଗଭୀର ସମୁଦ୍ରରେ ଏହି ମାଛ ଧରାପଡିଥିବା କହିଛନ୍ତି ମତ୍ସ୍ୟଜୀବୀ । ଏହି ମାଛ ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କହିଛନ୍ତି ସ୍ଥାନୀୟ ଲୋକେ । ପୂର୍ବରୁ ମଧ୍ୟ ଏହି ଭୋଲା ମାଛ ଦୀଘା ମାଛ ବଜାରରେ ବିକ୍ରି ହୋଇଥିଲା । ତେବେ ଏତେ ବଡ଼ ଧରଣର ତେଲିଆ ମାଛ ଦୀଘା ବଜାରରେ କେବେ ଦେଖିନଥିବା ମତ୍ସ୍ୟଜୀବୀ କହିଛନ୍ତି ।