କରୋନା ନେଲା ଆଉ ଏକ ସାମ୍ବାଦିକଙ୍କ ଜୀବନ: ବରିଷ୍ଠ ସାମ୍ବାଦିକ ତଥା ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ।

520

କନକ ବ୍ୟୁରୋ: କରୋନା ନେଲା ଆଉ ଏକ ସାମ୍ବାଦିକଙ୍କ ଜୀବନ, ଟିଭି ପରଦାରେ ଲୋକଙ୍କୁ ସଚେତନ କରାଉଥିବା ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ବିୟୋଗ ଘଟିଛି । ଗତ କିଛିଦିନ ହେବ କରୋନାରେ ସଂକ୍ରମିତ ଥାଇ ଚିକିତ୍ସିତ ହେଉଥିଲେ ରୋହିତ । କିନ୍ତୁ ହଠାତ୍ କରୋନା ନିଷ୍ଠୁର ସାଜି ଜଣେ ଜାତୀୟସ୍ତରରେ ପରିଚିତ ଚେହେରାକୁ ନେଇଯାଇଛି । ରୋହିତ ସରଦାନା ‘ଆଜ୍ ତକ୍’ ନ୍ୟୁଜ୍ ଚ୍ୟାନେଲରେ ଉଚ୍ଚକୋଟ୍ଟୀର ଉପସ୍ଥାପକ ଥିଲେ । କିନ୍ତୁ ତାଙ୍କ ବିତର୍କ ଏବଂ ଉପସ୍ଥାପନା ଶୈଳୀକୁ ଆଉ ଦେଖିପାରିବେନି ଦର୍ଶକ ।

ରୋହିତଙ୍କ ନିଧନ ନେଇ ବରିଷ୍ଠ ସାମ୍ବାଦିକ ସୁଧୀର ଚୌଧୁରୀ ଲେଖିଛନ୍ତି କି, ବିଶ୍ୱାସ କରି ହେଉନଥିବା ଭଳି ଖବର ହେଲେ ବି କରୋନା ଧିରେ ଧିରେ ରୂପ ବଦାଳାଇ ପାଖରୁ ପ୍ରିୟଜନଙ୍କୁ ନେଇଯାଉଛି । ଭଗବାନ ଏତେ ନିଷ୍ଠୁର କେମିତି ହେଉଛନ୍ତି ।