କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ସରିଛି । ଏହାସହ ଭୋଟ ଗ୍ରହଣ ଶେଷ ହେବା ପରେ ଏକ୍ସଜିଟ୍ ପୋଲ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ନେଇ ପୋଲ ଅଫ୍ ପୋଲ୍ସ ଯେଉଁ ଆକଳନ କରିଛି ସେ ମୁତାବକ କଂଗ୍ରେସକୁ ୫୬ଟି ଆସନ ମିଳିପାରେ ଓ ଶାସକ ବିଆରଏସକୁ ୪୮ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି ।

Advertisment

ସେହିଭଳି ସିଏନଏନ ରିପୋର୍ଟ ମୁତାବକ ତେଲେଙ୍ଗାନାରେ ବିଆରଏସକୁ ୫୮, କଂଗ୍ରେସକୁ ୫୬ ଆସନ ମିଳିପାରେ । ଜନ୍ କି ବାତର ରିପୋର୍ଟ ମୁତାବକ ବିଆରଏସକୁ ୪୦-୫୫ ଓ କଂଗ୍ରେସକୁ ୪୮-୬୪ ଆସନ ମିଳିପାରେ ଓ ବିଜେପିକୁ ୦୭-୧୭ ଆସନ ମିଳିପାରେ ।