ତାଲାବନ୍ଦ ଭିତରେ ଏସସିବିରେ ଆରମ୍ଭ ହେଲା ୨୪ଘଂଟିଆ ଟେଲି ମେଡିସିନ ସେବା । ଫୋନରେ ଡାକ୍ତରଙ୍କଠୁ ପରାମର୍ଶ ନେଇପାରିବେ ରୋଗୀ

କେତେ ସୁରକ୍ଷିତ ଏସ୍‌ସିବି ୱାର୍ଡ? କେବଳ ଅଗ୍ନିନିର୍ବାପକ ଯନ୍ତ୍ର ଭରସା

କନକ ବ୍ୟୁରୋ : ଏସସିବିରେ ଆରମ୍ଭ ହେଲା ଟେଲି ମେଡିସିନ ସୁବିଧା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ଏହି ସୂଚନା ଦେଇଛି । ଟେଲି ମେଡିସିନ ସୁବିଧା ଆରମ୍ଭ ହୋଇଥିବାରୁ ଘରେ ବସି ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ ରୋଗୀ । ଫୋନରେ ନିଜ ସ୍ୱାସ୍ଥ୍ୟ ସମସ୍ୟା ଜଣାଇବା ପରେ ଡାକ୍ତର ତାଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବେ । ସେହିପରି ହ୍ୱାଟସ ଆପରେ କିମ୍ବା ମୋବାଇଲରେ ଡାକ୍ତର ପ୍ରେସକ୍ରିପସନ ମେସେଜ ପଠାଇବେ ବୋଲି ସୂଚନା ମିଳିଛି । ଏବେ ତାଲାବନ୍ଦ ଚାଲିଥିବାରୁ ଟେଲିମେଡିସିନ ସୁବିଧା ବେଶ ଉପାଦେୟ ହେବ ବୋଲି କହିଛନ୍ତି ଏସିସିବି ଅଧିକ୍ଷକ । ଏଥିପାଇଁ ୨୪ଘଂଟିଆ ଟେଲିଫୋନ ନଂବର ଏସସିବି ପକ୍ଷରୁ ଜାରି କରାଯାଇଛି ।

୦୬୭୧-୨୪୨୮୨୧୬ ନଂବରରେ କଲ କରି ଡାକ୍ତଙ୍କ ସହ ସିଧା କଥା ହୋଇ ପରାମର୍ଶ ନେଇପାରିବେ ଲୋକେ । ଫୋନ କଲ ଗ୍ରହଣ କରିଥିବା କର୍ମଚାରୀ ସବୁ ବିଭାଗର ଡାକ୍ତରଙ୍କ ସୂଚନା ଦେବ ବୋଲି ଜଣାପଡିଛି । ଦେଶରେ ଏବେ ତାଲାବନ୍ଦ ଚାଲିଥିବାରୁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି । ଲକଡାଉନ ଯୋଗୁଁ ଡାକ୍ତରଖାନା ଯିବା ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତା ଛଡା ଡାକ୍ତରଖାନାରେ ଭିଡ କମାଇବାକୁ ମଧ୍ୟ ଟେଲି ମେଡିସିନ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଯାହା ଏବେ କଟକ ବଡ ମେଡିକାଲରେ ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe