ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତି ବେଳେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବାକୁ ଗଣଶିକ୍ଷା ବିଭାଗର ପ୍ରୟାସ । ଆରମ୍ଭ ହେଲା ‘ଟେଲିମାନସ’ ସେବା ।

154

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ ଗଣଶିକ୍ଷା ବିଭାଗର ପ୍ରୟାସ । ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ଟେଲିମାନସ’ ସେବା । ୧୪୪୧୬ ନମ୍ବର ଜାରି କରିଛି ବିଭାଗ । ପରୀକ୍ଷା ପ୍ରସ୍ତୁତି ସମୟରେ ପିଲାମାନେ ଚାପ ଓ ଚିନ୍ତାରେ ରହିଥାନ୍ତି । ଏ ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ଚାପଗ୍ରସ୍ତ ଥିଲେ ଏହି ୧୪୪୧୬ ନମ୍ବରରେ ଫୋନ୍ କରି ମତାମତ ନେଇପାରିବେ ।

‘ଟେଲିମାନସ-୧୪୪୧୬’ କୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦିଆଯିବା ପରେ ସେମାନେ ନିଜ ନିଜ ଜିଲ୍ଲାରେ ବିତରଣ କରିବେ । ଏହା ସହ ଶିକ୍ଷାନୁଷ୍ଠାନ ପରିସରରେ ଟେଲି ମାନସ ନମ୍ବର ପ୍ରଦର୍ଶିତ କରାଯାଇପାରିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।