ଟ୍ରାଇ ଧାର୍ଯ୍ୟ କଲା ଇନକମିଂ କଲ୍ ରିଙ୍ଗର ସମୟ: ମୋବାଇଲ୍ ପାଇଁ ୩୦ ସେକେଣ୍ଡ, ଲ୍ୟାଣ୍ଡଲାଇନ୍ ପାଇଁ ୬୦ ସେକେଣ୍ଡ

Advertisment
ଟ୍ରାଇ ଧାର୍ଯ୍ୟ କଲା ଇନକମିଂ କଲ୍ ରିଙ୍ଗର ସମୟ: ମୋବାଇଲ୍ ପାଇଁ ୩୦ ସେକେଣ୍ଡ, ଲ୍ୟାଣ୍ଡଲାଇନ୍ ପାଇଁ ୬୦ ସେକେଣ୍ଡ

କନକ ବ୍ୟୁରୋ: ଟେଲିକମ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ(ଟ୍ରାଇ) ଏକ ନୂଆ ନିୟମ ଆଣିଛି । ଶୁକ୍ରବାର ଲ୍ୟାଣ୍ଡଲାଇନ୍ ଓ ମୋବାଇଲ୍ ଫୋନ ଉଭୟ ପାଇଁ କଲ୍ ରିଙ୍ଗ୍ ସମୟ ଧାର୍ଯ୍ୟ କରିଛି ଟ୍ରାଇ । ଏବେ ମୋବାଇଲ୍ ଫୋନକୁ ଆସୁଥିବା ଇନକମିଂ କଲ୍ ୩୦ସେକେଣ୍ଡ ପର୍ଯ୍ୟନ୍ତ ରିଙ୍ଗ ହେବା ସହ ଲ୍ୟାଣ୍ଡଲାଇନ୍ ୬୦ସେକେଣ୍ଡ ପର୍ଯ୍ୟନ୍ତ ରିଙ୍ଗ ହେବ । ଏହି ନୂଆ ନିୟମ ୧୫ଦିନ ପରେ ଲାଗୁ ହେବ ବୋଲି ଜଣାପଡ଼ିଛି । ପୂର୍ବରୁ ଇନ୍ କମିଂ ଭଏସ୍ କଲ ପାଇଁ କଲ୍ ରିଙ୍ଗର ସମୟ କମ ଥିବା ବେଳେ ଏହାକୁ ବଢ଼ାଇଛି ଟ୍ରାଇ ।

publive-image

ଶୁକ୍ରବାର ଏ ନେଇ ଟ୍ରାଇ ପକ୍ଷରୁ ସୂଚନା ଦିଆଯାଇଛି ।ବର୍ତ୍ତମାନ ବିଭିନ୍ନ ଦୂରସଞ୍ଚାର ସେବା ପ୍ରଦାନ କରୁଥିବା କମ୍ପାନୀମାନେ ନିଜ ନିଜର ଇନ୍ କମିଂ ଭଏସ୍ କଲ ଆଲର୍ଟର ସମୟ ୩୦ ସେକେଣ୍ଡରୁ ୪୫ସେକେଣ୍ଡ ପର୍ଯ୍ୟନ୍ତ ରଖିଥିବା ବେଳେ ୧୫ଦିନ ପରେ ତାହା ସଂପୂର୍ଣ୍ଣ ବଦଳିଯିବ । ମୋବାଇଲ୍ ଫୋନକୁ ଆସୁଥିବା କଲ୍ ୩୦ ସେକେଣ୍ଡ ପର୍ଯ୍ୟନ୍ତ ରିଙ୍ଗ୍ ହେବା ସହ ଲ୍ୟାଣ୍ଡଲାଇନ୍କୁ ଆସୁଥିବା ଫୋନ କଲ ୬୦ସେକେଣ୍ଡ ପର୍ଯ୍ୟନ୍ତ ବାଜିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe