କନକ ବ୍ୟୁରୋ : ଟେଲିକମ୍ କ୍ଷେତ୍ରରେ ଭାରତର ସବୁଠାରୁ ମହତ୍ୱାକାଂକ୍ଷୀ ୫-ଜି ସ୍ପେକ୍ଟ୍ରମ ସେବା ଯୋଗାଇଦେବାକୁ ଆରମ୍ଭ ହେବାକୁ ଯାଉଛି ନିଲାମୀ ପ୍ରକ୍ରିୟା । ଏଥିପାଇଁ ଟେଲିକମ୍ ସ୍ପେକ୍ଟ୍ରମ କ୍ଷେତ୍ରରେ ସବୁଠାରୁ ବଡ ନିଲାମ କରିବାକୁ ପ୍ରସ୍ତୁତି କରିଛନ୍ତି ମୋଦି ସରକାର । ଏହି ନିଲାମର ନିର୍ଦ୍ଧାରିତ ମୂଲ୍ୟ ୬ଲକ୍ଷ କୋଟି ଟଙ୍କା ରଖାଯାଇଛି । ଏଥିରେ ଫାଇବର କେବୁଲ ମାଧ୍ୟମରେ ଗ୍ରାମାଂଚଳର ଘରେ ଘରେ ଇଂଟରନେଟ୍ ପଂହଚାଇବା ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଡିଜିଟାଲ କମ୍ୟୁନିକେସନ କମିଶନ ବା ଡିସିସି ସବୁଜ ସଂକେତ ଦେଇଛନ୍ତି । ଟେଲିକମ୍ ସେବା ଯୋଗାଇବା ପ୍ରସଙ୍ଗରେ ଡିସିସି ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା । ତେବେ ଡିସିସି ଅଧ୍ୟକ୍ଷ ଅରୁଣା ସୁନ୍ଦରରାଜନ କହିଛନ୍ତି, ଟେଲିକମ୍ ସେବା କ୍ଷେତ୍ରରେ ଅଧିକ ରାଜସ୍ୱ ଆଦାୟ କରିବା ସରକାରଙ୍କ ଲକ୍ଷ୍ୟ ନୁହେଁ, କିନ୍ତୁ ଅଧିକରୁ ଅଧିକ ଉପଭୋକ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ସରକାରଙ୍କ ଲକ୍ଷ୍ୟ ।
ଟେଲିକମ କ୍ଷେତ୍ରରେ ଆଉ ଏକ ବଡ ଘୋଷଣା : ଖୁବଖୀଘ୍ର ଆସିବ ୫ ଜି ସ୍ପେକ୍ଟ୍ରମ । ୬ ଲକ୍ଷ କୋଟି ଟଙ୍କାର ନିଲାମ ପାଇଁ ସରକାରଙ୍କ ପ୍ରସ୍ତୁତି
/kanak/media/post_attachments/wp-content/uploads/2019/06/5G.jpg)